କନକ ବ୍ୟୁରୋ : କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇବ। ଏଥିପାଇଁ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କା କା ର୍ଯ୍ୟ ଶେଷ ହୋଇଛି। ଆସନ୍ତାବର୍ଷ ଜାନୁଆରିରେ ଚେନ୍ନାଇସ୍ଥିତ ଜିଆଇ କାର୍ଯ୍ୟାଳୟରେ ଆବେଦନ କରାଯିବ। ଯାହାଫଳରେ କନ୍ଧମାଳ ହଳଦୀର ବ୍ୟାବସାୟିକ ମୂଲ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
କନ୍ଧମାଳ ହଳଦୀର ଏକ ସ୍ୱତନ୍ତ୍ର ଗୁଣ ରହିଛି। ଉଭୟ ହର୍ବାଲ ଓ ଔଷଧୀୟ ଗୁଣ ଭରି ରହିଛି କନ୍ଧମାଳ ହଳଦୀରେ । ତେଣୁ କନ୍ଧମାଳ ହଳଦୀକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏ ନେଇ ସିଟିଟିସି ପକ୍ଷରୁ ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ କରାଯାଇଛି। କନ୍ଧମାଳ ଜିଲ୍ଲାରେ ପ୍ରାୟ ୧୨ଶହ ହଳଦୀ ଚାଷୀ ରହିଛନ୍ତି। ସେମାନେ ‘କସମ’ ନାମକ ଏକ ଚାଷୀ ସଂଗଠନ ରହିଛନ୍ତି। କନ୍ଧମାଳ ଜିଲ୍ଲାପାଳ ଏହାର ମୁଖ୍ୟ ରହିଛନ୍ତି। ଜିଆଇ ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ଖୁବଶୀଘ୍ର ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ସିଟିଟିସିର ବୌଦ୍ଧିକ ସଂପତ୍ତି ସୁବିଧା କେନ୍ଦ୍ର ବା ଆଇପିଏଫସିର ମୁଖ୍ୟ ସଚ୍ଚିକାନ୍ତ କର।
ସେ କହିଛନ୍ତି, କନ୍ଧମାଳ ହଳଦୀର ଭୌଗଳିକ ମ୍ୟାପିଂ ସମେତ ପରୀକ୍ଷାଗାରରେ ପରୀକ୍ଷା, ଗୁଣବତ୍ତା ଓ ଗୁଣବତ୍ତା କିଭଳି ବଜାୟ ରହିବ ତାହା ଉପରେ ଗୁରୁତ୍ୱ ଦିଆଯିବ। ‘କସମ’ ସଂଗଠନର କର୍ମକର୍ତାଙ୍କ ସହିତ ସିଟିଟିସର ଅଧିକାରୀ ଫିଲ୍ଡ ଭିଜିଟ କରିବେ। ଏହା ପରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇ ଜିଆଇ ପାଇଁ ଆବେଦନ କରାଯିବ। ପରେ ଜିଆଇ କାର୍ଯ୍ୟାଳୟରୁ ଅଧିକାରୀମାନେ ଫିଲ୍ଡ ଭିଜିଟ କରିବେ। ତାହା ପରେ ଜିଆଇ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯିବ। କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇଲେ ଏହାର ବଜାର ମୂଲ୍ୟ ବୃଦ୍ଧି ପାଇବା ସହିତ ବାହାରକୁ ରପ୍ତାନି ବଢ଼ିବ ବୋଲି ଶ୍ରୀ କର କହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/kandhamal-haldi-1.jpg)