କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଆସିଲା ଗୁଲାମ ନବୀ ଆଜାଦଙ୍କ ନୂଆ ସୂତ୍ର

Advertisment
କିଏ ହେବ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ? ଆସିଲା ଗୁଲାମ ନବୀ ଆଜାଦଙ୍କ ନୂଆ ସୂତ୍ର

କନକ ବ୍ୟୁରୋ: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କିଏ ସରକାର ଗଢ଼ିବ ତାକୁ ନେଇ ଯେତିକି ଚର୍ଚ୍ଚା, ତା’ଠୁ ଅଧିକ ଚର୍ଚ୍ଚା କିଏ ହେବ ପରବର୍ତୀ ପ୍ରଧାନମନ୍ତ୍ରୀ? ବିଶେଷ କରି ମହାମେଂଟ ଜରିଆରେ କ୍ଷମତାକୁ ଫେରିବାର ଲକ୍ଷ୍ୟ ରଖିଥିବା କଂଗ୍ରେସ ଏହି ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ପ୍ରକାଶ କରିଛି । ଗୋଟିଏ ଦିନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍ କହୁଥିଲେ, କୌଣସି ଆଂଚଳିକ ଦଳରୁ ପ୍ରଧାନମନ୍ତ୍ରୀ ହେଲେ କଂଗ୍ରେସର ଆପତି ନାହିଁ । କିନ୍ତୁ ଆଜି ବଦଳି ଯାଇଛି ଗୁଲାମ ନଭୀ ଆଜାଦଙ୍କ ବୟାନ ।

publive-image

କିଏ ହେବ ପରବର୍ତୀ ପ୍ରଧାନମନ୍ତ୍ରୀ? ଆସିଲା ଗୁଲାମ ନବୀ ଆଜାଦଙ୍କ ନୂଆ ସୂତ୍ର । ମହାମେଂଟ କ୍ଷମତାକୁ ଆସିଲେ କିଏ ପ୍ରଧାନମନ୍ତ୍ରୀ ହେବ, ତାକୁ ନେଇ ଯେଉଁ ବୟାନ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍, ସେହି ବୟାନରୁ ଓହରି ଯାଇଛନ୍ତି । ଆଉ ତା’ ବଦଳରେ ଆଜି ଏକ ନୂଆ ବୟାନ୍ ଦେଇ କହିଛନ୍ତି- କଂଗ୍ରେସ ଦଳକୁ ପ୍ରଧାନମନ୍ତ୍ରୀ ପଦରେ କୌଣସି ଇଚ୍ଛା ନାହିଁ କହିବା ଠିକ୍ ନୁହେଁ । କଂଗ୍ରେସ ସବୁଠୁ ବଡ ରାଜନୈତିକ ଦଳ, ୫ବର୍ଷ ସରକାର ଚଳାଇବାକୁ ହେଲେ କଂଗ୍ରେସ ଭଳି ବଡ ଦଳକୁ ସୁଯୋଗ ମିଳିବା ଦରକାର ।

publive-image

ଆଜିର ଏହି ବୟାନର ଠିକ୍ ପୂର୍ବରୁ ସେ କହିଥିଲେ, ପ୍ରଧାନମନ୍ତ୍ରୀ କିଏ ହେବ ତାହା ପ୍ରସଙ୍ଗ ନୁହେଁ । କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ନୁହେଁ ଏବଂ ଏହି ପଦ ଯଦି ଅନ୍ୟ କୌଣସି ଆଂଚଳିକ ଦଳକୁ ଦିଆଯାଏ କଂଗ୍ରେସର ଆପତି ରହିବ ନାହିଁ ।ଅବଶ୍ୟ ତାଙ୍କ ପୂର୍ବ ବୟାନକୁ ଠିକ୍ ଭାବରେ ଉପସ୍ଥାପନ କରାଯାଇ ନାହିଁ ବୋଲି ସେ ସଫେଇ ଦେଇଛନ୍ତି । ବଡ କଥା ହେଉଛି-ଆସନ୍ତା ୨୩ ତାରିଖରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଅଣ-ଏନ୍ଡିଏ ଏବଂ କିଛି ଆଂଚଳିକ ଦଳକୁ ନେଇ ଏକ ବୈଠକ କରିବାକୁ ଯାଉଛନ୍ତି । ଯାହାର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ମହାମେଂଟର ପରିକଳ୍ପନାକୁ ଆଉ ଗୋଟିଏ ପାଦ ଆଗେଇ ନେବା ।

publive-image image courtesy - www.indiatoday.in

ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏହି ବୈଠକ ବସୁଛି । ଯେଉଁଥିରେ ବିଜେଡି ସମେତ ଏକାଧିକ ଅଣ-ଏନଡିଏ ଦଳକୁ କଂଗ୍ରେସ ଦଳ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି । କୁହାଯାଉଛି-ଏହି ବୈଠକର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ଯଦି କୌଣସି ଦଳକୁ ପୂର୍ଣ୍ଣବହୁମତ ନମିଲେ, ପରବର୍ତୀ ପଦକ୍ଷେପ କ’ଣ ନିଆଯାଇ ପାରିବ । ଗୋଟିଏ ପଟେ ଏନଡିଏ ପୂର୍ଣ୍ଣ ବହୁମତ ସହ ସରକାରକୁ ଫେରିବାକୁ ଦାବି କରୁଥିବା ବେଳେ ୟୁପିଏ ଆଂଚଳିକ ଦଳକୁ ନେଇ ପ୍ରସ୍ତୁତ କରୁଛି ରଣନୀତି । ଆଉ ଏହି ତମାମ୍ କସରତର ଭାଗ୍ୟ କ’ଣ ହେବ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe