ରାଜ୍ୟସଭାରେ କାନ୍ଦିଲେ ନରେନ୍ଦ୍ର ମୋଦି : ଗୁଲାମ ନବୀଙ୍କ ସଂପର୍କରେ କହିବା ବେଳେ ବାସ୍ପରୁଦ୍ଧ ହୋଇଗଲା କଣ୍ଠ

ଆଜି ରାଜ୍ୟସଭା ସଦସ୍ୟ ଭାବେ କଂଗ୍ରେସ ସଂସଦୀୟ ଦଳ ନେତର ଗୁଲାମ ନବୀଆଜାଦଙ୍କ ଶେଷ ଦିନ

1,638

କନକ ବ୍ୟୁରୋ : ରାଜ୍ୟସଭାରେ କାନ୍ଦିଲେ ମୋଦି । ଏମିତି ଦୃଶ୍ୟ ଦେଶବାସୀ କେବେ ଦେଖିନଥିଲେ । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ନିଷ୍ପତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିବେ । କଥା କହିପାରୁନଥିଲେ । ପଦିଏ କହି ଢୋକେ ପାଣିପିଉଥିଲେ । କଣ୍ଠ ବାସ୍ପରୁଦ୍ଧ ହୋଇପହୁଥିଲା ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଦେଶର ପ୍ରଧାନମନ୍ତ୍ରୀଙ୍କ ଏହି ଭାବବିହ୍ୱଳତା ଥିଲା ବିରୋଧୀ ଦଳର ନେତାଙ୍କ ପ୍ରତି । ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସଂପର୍କରେ କହିଲା ବେଳେ ଏଭଳି କାନ୍ଦି ପକାଇଥିଲେ ମୋଦି । ରାଜ୍ୟସଭା ସଦସ୍ୟ ଭାବରେ ଆଜି ଗୁଲାମନବୀ ଆଜାଦଙ୍କ ଶେଷ ଦିନ । ତେଣୁ ସମ୍ବୋଧନରେ ଗୁଲାମ ନବୀ ଆଜାଦଙ୍କ ବ୍ୟକ୍ତିତ୍ୱକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୋଦି ।