କନକ ବ୍ୟୁରୋ: ଆଜି ମାର୍ଗଶିର ମାସ ଶୁକ୍ଲ ଷଷ୍ଠୀରେ ଶ୍ରୀମନ୍ଦିରରେ ପାଳିତ ହେବ ଓଢଣୀ ଷଷ୍ଠୀ । ମହାପ୍ରଭୁଙ୍କ ହେବ ଘୋଡଲାଗି ନୀତି । ଠାକୁରେ ଶୀତବସ୍ତ୍ର ପରିଧାନ କରିବେ । ଶ୍ରୀମନ୍ଦିରର ପାରମ୍ପାରିକ ଦରଜି ସେବକ ଏହି ଘୋଡ ପ୍ରସ୍ତୁତ କରି ଶ୍ରୀମନ୍ଦିର ଗାରଦରେ ଜିମା ଦେଇଛନ୍ତି । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପଟାରେ ଠୁାକରଙ୍କ ଶୀତବସ୍ତ୍ର ତିଆରି କରାଯାଇଛି ।
ପଂଚମୀ ଦିନ ରାତିରେ ଠାକୁରଙ୍କ ଚନ୍ଦନଲାଗି ନୀତି ସରିଥିଲା । ପରେ ୩ ଠାକୁରଙ୍କ ପାଇଁ ଘୋଡ ସହିତ ବିମଳା, ସରସ୍ୱତୀ, ଲକ୍ଷ୍ୀ ତଥା ମଦନମୋହନଙ୍କ ଘୋଡ ଅଧିବାସ ହୋଇଥିଲା । ଆଜି ଠାକୁରଙ୍କ ଘୋଡ ଲାଗି କରାଯାଇ ୬ ମୂର୍ତି ଅଳଙ୍କାର କରାଯିବ । ଶୀତ ୪ ମାସ ପାଇଁ ମହାପ୍ରଭୁଙ୍କ ମାର୍ଗଶୀର ଶୁକ୍ଳ ଷଷ୍ଠୀଠାରୁ ମାଘ ସପ୍ତମୀ ଯାଏଁ ଏହି ଘୋଡ ଲାଗି ନୀତି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/KALIA.jpg)