ମାମୁଁ ଘର ଭାବି ଥାନାକୁ ଆସିଲା ଯୁବକ , କହିଲା କିିଛି ଦିନ ପାଇଁ ରହିବି ନିଶା ଛାଡିଲେ ଚାଲିଯିବି ! ଯୁବକଙ୍କ କଥା ଶୁଣି ମୁଣ୍ଡରେ ହାତ ଦେଲେ ପୋଲିସ୍ ବାବୁ ।

1,625

ପୋଲିସ୍ ଥାନାକୁ ଲୋକ ଯିବାକୁ ଡରୁଥିବା ବେଳେ ଉତ୍ତରପ୍ରଦେଶର ଗାଜିଆବାଦ୍ ରେ ଏହାର ଓଲଟା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ଥାନାକୁ ଯିବା ପାଇଁ ପୋଲିସ୍ ପାଖରେ ଅଡ଼ି ବସିଛି । ଯୁବକଙ୍କ କହିବାନୁସାରେ , ତାଙ୍କୁ କିଶୋରବସ୍ତାରୁ ନିଶା କରିବା ଅଭ୍ୟାସ ଲାଗି ଯାଇଥିଲା ଯେଉଁଥିପାଇଁ ସେ ଏବେ ଇଚ୍ଛା କରି ମଧ୍ୟ ନିଶାଠାରୁ ଦୂରେଇ ରହି ପାରୁନାହାନ୍ତି । ଘରେ ରହିଲେ ନିଶା ଛାଡିବା ମଧ୍ୟ ତାଙ୍କ ପାଇଁ କାଠିକର ପାଠ ହୋଇଯିବ । ଏଭଳି ସ୍ଥିତିରେ ସେ ଜେଲ୍ ଭିତରେ ହିଁ ରହିବାକୁ ଚାହୁଁଛନ୍ତି ଯାହାଦ୍ୱାରା ସେ ନିଶାରୁ ମୁକ୍ତି ପାଇପାରିବେ । ତେବେ ଯୁବକଙ୍କ ଏହି କଥା ଶୁଣି ଜିଆରପି ଥାନା ପ୍ରଭାରୀ ଚକିତ ହୋଇ ଯାଇଥିଲେ । ଯୁବକ ଜଣକ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଜେଲ୍ ଯିବା ପାଇଁ ଏଭଳି ଅଡି ବସିଥିଲେ । କିନ୍ତୁ ବିନା କୌଣସି ଅପରାଧରେ କୌଣସି ବ୍ୟକ୍ତିଙ୍କୁ ପୋଲିସ୍ ଥାନାରେ ଭର୍ତ୍ତୀ କରିପାରିବେ ନାହିଁ ତେଣୁ ସେ ନିରାଶ ହୋଇ ଘରକୁ ଫେରିଲେ ।

ସୂଚନା ମୁତାବକ , ଅଲିଗଡରେ ରହୁଥିବା ଏହି ୨୨ ବର୍ଷୀୟ ଯୁବକଙ୍କ ନାଁ ହେଉଛି ଅନିସ୍ ଅଲବି । ସେ ନିଜ ପରିବାର ସହ ରହୁଛନ୍ତି । ଶନିବାର ସେ ଦୁଇ ହଳ ପୋଷକ , ସାବୁନ ,ଶାମ୍ପୁ ଏବଂ ବ୍ରଶ୍ – ପେଷ୍ଟ ସାଙ୍ଗରେ ନେଇ ଥାନାରେ ପହଁଚିଥିଲେ ଏବଂ ଥାନାରେ ପଶି ସିଧା ହାଜତ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ । ପୋଲିସ୍ ଯେତେବେଳେ ତାଙ୍କୁ କ’ଣ ଅପରାଧର କରିଛ ପଚାରିଲେ ଯୁବକ ଜଣକ କହିଲେ , ମୁଁ ନିଶାଖୋର । ୧୨ ବର୍ଷ ବୟସରୁ ମୋତେ ନିଶାର ଅଭ୍ୟାସ ଲାଗିଲାଣି । ଘରେ ରହିଲେ ନିଶା ଛଡାଇପାରୁନି ସେଥିପାଇଁ ଥାନାକୁ ଆସିଛି ଏଠାରେ କିଛି ଦିନ ରହିଲେ ନିଶା ଛାଡିଯିବ । ଏହି କଥାରେ ପୋଲିସ୍ କର୍ମଚାରୀ ତାଙ୍କୁ ପାଗଳ ଭାବି ପ୍ରଥମେ ଥାନାରୁ ବାହାର୍ କରିଥିଲେ କିନ୍ତୁ କିଛି ସମୟ ପରେ ସେ ପୁଣି ଥାନାକୁ ଆସି ଜେଲ୍ ଯିବାକୁ ଜିଦ୍ କରିବାକୁ ଲାଗିଥିଲେ । ଯୁବକଙ୍କ କହିବାନୁସାରେ , ନିଶା ପାଇଁ ସେ ନିଜ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇ ପାରୁନାହାନ୍ତି । ଭେଣ୍ଡିଆ ପୁଅ ଥାଉ ଥାଉ ମା’ଙ୍କୁ ମୂଲ ଲାଗି ଗୁଜୁରାଣ ମେଣ୍ଟାଇବାକୁ ପଡୁଛି । ତେବେ ଜେଲ୍ ଯିବାକୁ ନେଇ ସେ ନିଜ ମା’ଙ୍କ ଠାରୁ ଅନୁମତି ନେଇଥିବା ମଧ୍ୟ କହିଥିଲେ ।