କଥା ଯେତେବେଳେ ନିୟମ ଭାଙ୍ଗିବାର ଆସେ ଏହାର ଦଣ୍ଡସ୍ୱରୁପ ଜରିମାନା ଦେବାକୁ ପଡିଥାଏ । ସେ ଟ୍ରାଫିକ ନିୟମ ଭାଙ୍ଗିବା କାରଣରୁ ହେଉ କିମ୍ବା ଅନ୍ୟ କିଛି କାରଣରୁ , ଥରେ ଜରିମାନା ଲାଗିଲେ ପୁନର୍ବାର ସେଭଳି ଭୁଲ୍ ଆମେ କରିନଥାଉ । କିନ୍ତୁ କେହି ନିଜ ଉପରେ ହିଁ ଜରିମାନା ଲଗାଇବାର କେବେ ଶୁଣିଛନ୍ତି କି? ଆଜ୍ଞା ହଁ , ଏହିପରି ଏକ ଘଟଣା ଉତ୍ତରପ୍ରଦେଶର ଗାଜିୟାବାଦ ଜେଲରେ ଘଟିଛି । ଗାଜିୟାବାଦ ମାଜିଷ୍ଟ୍ରେଟ ଅଜୟ ଶଙ୍କର ପାଣ୍ଡେ ଜିଲ୍ଲାପାଳଙ୍କ ଭବନରେ ଥିବା ଏକ ଓଭରହେଡ ଟାଙ୍କିରୁ ପାଣି ବାହାରିବା ଦ୍ୱାରା ନିଜ ଉପରେ ହିଁ ୧୦,୦୦୦ ଟଙ୍କା ଜରିମାନା ଲଗାଇଛନ୍ତି ।
ପାଣ୍ଡେ ସମସ୍ତ ଅଧିକାରୀ ଓ ଜିଲ୍ଲାପାଳ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ ଏଭଳି ଭୁଲ୍ ପୁନର୍ବାର ଯେଭଳି ନ ହୁଏ । କାରଣ ଜଳ ସଂରକ୍ଷଣ ଦେଶ ପାଇଁ ନିହାତି ଆବଶ୍ୟକ । ଅଧିକାରୀଙ୍କ ସହାୟକ ସିଂଙ୍କ କହିବାନୁସାରେ , ପାଣ୍ଡେ ନିଜେ ଯେତେବେଳେ କାର୍ଯ୍ୟଳୟରେ ପଂହଚିଲେ ତାଙ୍କୁ ପାଣିର ଶବ୍ଦ ଶୁଣାଯାଇଥିଲା । ଟାଙ୍କିରୁ ପାଣି ବାହାରିବାର ସମ୍ପୁର୍ଣ୍ଣ ଦୋଷ ତାଙ୍କୁ ଦିଆଯାଇଥିଲା । ସିଂ କହିଛନ୍ତି ଏହିପରିି ଜରିମାନା ସମସ୍ତଙ୍କୁ ଦେବାକୁ ପଡିବ ଓ ଏହା କୋଷାଗାରରେ ଜମା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/11/ddwer.jpg)
/kanak/media/post_attachments/wp-content/uploads/2019/11/0521_dm_730_1-300x225.jpg)