ମୋବାଇଲ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଆହତ ଛାତ୍ରୀ  : ଚଳନ୍ତା ଅଟୋରୁ ପଡ଼ିଯାଇଥିଲେ କୀର୍ତ୍ତି ସିଂ

78

ନିଜର ମୋବାଇଲ ଫୋନ ବଞ୍ଚାଇବାକୁ ଯାଇ ଆହତ ହୋଇଥିବା ଗାଜିଆବାଦର ସାହସୀ ଛାତ୍ରୀ କୀର୍ତ୍ତି ସିଂ ଘଟଣାର ଦୁଇ ଦିନ ପରେ ଆଖି ବୁଜିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଲୁଟେରାମାନଙ୍କ ସହ ଲଢି ଆହତ ହୋଇଥିବା ସାହସୀ ଛାତ୍ରୀ କିର୍ତ୍ତୀ ସିଂ ଜୀବନ ଯୁଦ୍ଧରେ ହାରି ଯାଇକହନ୍ତି । ଗାଜିଆବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସା ଅବସ୍ଥାରେ ଘଟଣାର ୪୮ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଅଟୋରେ ଘରକୁ ଫେରୁଥିବା ବେଳେ ଲୁଟେରାମାନେ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ । ଏହି ଟଣାଓଟରାରେ ବି.ଟେକ୍ ଛାତ୍ର କିର୍ତ୍ତୀ ସିଂ ଅଟୋରୁ ଖସି ପଡ଼ି ଆହତ ହୋଇଥିଲେ । ରବିବାର ବିଳମ୍ବିତ ରାତିରେ ଚିକିତ୍ସା ସମୟରେ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

ଏନକାଉଣ୍ଟରରେ ଗୋଡରେ ଗୁଳି ବାଜିବା ପରେ ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତ ବବିଲ ଛଦ୍ମନାମ ବଲଭେରଙ୍କୁ ଗିରଫ କରିଛି । ଦ୍ୱିତୀୟ ଅଭିଯୁକ୍ତ ଜିତେନ୍ଦ୍ର ଛଦ୍ମନାମ ଜିତୁ ଫେରାର ଅଛି ।  ଏହି ଘଟଣା ପରେ ମୁସୁରୀ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରବିନ୍ଦ୍ର ଚନ୍ଦ୍ର ପନ୍ତଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପୋଲିସ ଷ୍ଟେସନରେ ଦାୟିତ୍ବରେ  ତିନିଜଣ  ଇନ୍ସପେକ୍ଟରଙ୍କୁ ହଟାଇ ଦିଆଯାଇଛି ।

ହାପୁଡ଼ର ବାସିନ୍ଦା ଥିଲେ କିର୍ତ୍ତୀ ସିଂ 

ହାପୁଡ଼ ସହରର ପନ୍ନପୁରୀର ବାସିନ୍ଦା ଥିଲେ। ତାଙ୍କ ପିତା ରବିନ୍ଦ୍ର ସିଂ ଭାରତୀୟ ରେଳବାଇର ଜଣେ ଲୋକୋ ପାଇଲଟ୍ ଭାବେ କାମ କରନ୍ତି । କିର୍ତ୍ତୀ ସିଂ ଗାଜିଆବାଦର ଏବିଏସ୍ ଇଞ୍ଜିନିୟରିଂ କଲେଜର ପ୍ରଥମ ବର୍ଷ ବି.ଟେକ୍ ଛାତ୍ର ଥିଲେ ।୨୭ ଅକ୍ଟୋବର ସନ୍ଧ୍ୟାରେ ସେ ନିଜ ବନ୍ଧୁ ଦିଶାଙ୍କ ସହ ଏକ ଅଟୋରେ କଲେଜରୁ ହାପୁଡ଼କୁ ଫେରୁଥିଲେ । ଏହି ସମୟରେ ସେମାନେ ଦସନା ଫ୍ଲାଏ ଓଭର ନିକଟରେ ପହଞ୍ଚିବା ପରେ ବାଇକରେ  ଯାଉଥିବା ଦୁଇଜଣ ଲୁଟେରା ଅଟୋରେ ବସିଥିବା କିର୍ତ୍ତୀଙ୍କ ମୋବାଇଲ୍ ଫୋନ୍ ଲୁଟିବାକୁ ଚେଷ୍ଟା କରିଥିଲେ ।

ଚଳନ୍ତା ଅଟୋରୁ ଲୁଟେରାମାନେ ଫୋନ ଛଡାଇବାକୁ ଚେଷ୍ଟା କରିଥିଲେ

ପୋଲିସର ସୂଚନାନୁସାରେ, ଯେତେବେଳେ କିର୍ତ୍ତୀ ମୋବାଇଲ୍ ଫୋନ୍ ଛାଡି ନଥିଲେ ଲୁଟେରାମାନେ ତାଙ୍କୁ ଟାଣି ଅଟୋରୁ ତଳେ ପକାଇ ଦେଇଥିଲେ । ଏହି ଘଟଣାରେ କିର୍ତ୍ତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ପରେ ଲୁଟେରାମାନେ ମୋବାଇଲ୍ ଫୋନ୍ ଲୁଟ୍ କରି ଘଟଣାସ୍ଥଳରୁ ପଳାୟନ କରିଥିଲେ ।

ଡାକ୍ତରଙ୍କ କହିବାନୁସାରେ ତାଙ୍କ ମୁଣ୍ଡ ଫାଟିଯିବା କାରଣରୁ ରକ୍ତ ଜମାଟ ବାନ୍ଧିଥିଲା । ଯେଉଁଥିପାଇଁ ସେ କୋମା ଭଳି ଅବସ୍ଥାରେ ପଡ଼ିଥିଲେ ।  ଯଶୋଦା ହସ୍ପିଟାଲରେ ଭର୍ତ୍ତି ହୋଇଥିବା କିର୍ତ୍ତୀଙ୍କ ପ୍ରଥମ ଅପରେସନ୍ ସଫଳ ହୋଇଥିଲା | ଏହା ସତ୍ତ୍ବେ ସେ ଚେତା ଫେରି ପାଇପାରିନଥିଲେ ଏବଂ ଘଟଣାର ୨  ଦିନ ପରେ ମୃତ୍ୟୁ ବରଣ କରିଥିଲେ ।

ଏନକାଉଣ୍ଟର ପରେ ଜଣେ ଅଭିଯୁକ୍ତ ଗିରଫ

ଡିସିପି ଗ୍ରାମୀଣ ବିବେକ ଚନ୍ଦ୍ର ଯାଦବଙ୍କ ଅନୁଯାୟୀ, ହାଇୱେରେ ଥିବା ସିସିଟିଭି କ୍ୟାମେରାରେ ଲୁଟେରାଙ୍କ ବାଇକ ନମ୍ବର ରେକର୍ଡ କରାଯାଇଥିଲା ।  ଏହି ଆଧାରରେ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିଥିଲା । ଏନକାଉଣ୍ଟର ପରେ ଜଣେ ଅଭିଯୁକ୍ତ ବବିଲ ଛଦ୍ମନାମ ବଲଭେରଙ୍କୁ ଗିରଫ କରାଯାଇଥିଲା । ତା ନିକଟରୁ ଲୁଟ୍ ହୋଇଥିବା ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଦ୍ୱିତୀୟ ଅଭିଯୁକ୍ତ ଜିତେନ୍ଦ୍ର ଛଦ୍ମନାମ ଜିତୁ ବର୍ତ୍ତମାନ ଫେରାର ଅଛି । ତା ବିରୋଧରେ ଡକାୟତି ମାମଲା ସମେତ ୯ ଟି ମାମଲା ରୁଜୁ ହୋଇଛି । ଏହି ମାମଲାରେ SHO ମୁସୁରୀ ରବିନ୍ଦ୍ର ଚାନ୍ଦ ପନ୍ତଙ୍କୁ ନିଲମ୍ବିତ କରାଯାଇଛି ଏବଂ ଇନ୍ସପେକ୍ଟର ତନଭୀର ଆଲାମ ଏବଂ ପୁନୀତ କୁମାରଙ୍କୁ ଲାଇନ ହଜିରା ରଖାଯାଇଛି ।