ବାରଣାସୀରେ ଦେବ ଦୀପାବଳି ପାଳିବେ ପ୍ରଧାନମନ୍ତ୍ରୀ: ଗଙ୍ଗାଘାଟରେ ଜଳିବ ରେକର୍ଡ ୧୧ ଲକ୍ଷ ଦୀପ; ଲେଜର ଶୋରେ ଝଲସିବ ନଗରୀ

189

କନକ ବ୍ୟୁରୋ: ଅଯୋଧ୍ୟାରେ ଦୀପାବଳି ପରେ ଏବେ ବାରଣାସୀରେ ଦେବ ଦୀପାବଳିର ଆୟୋଜନ କରିଛନ୍ତି ଉତରପ୍ରଦେଶ ସରକାର । ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଯାଉଛନ୍ତି । କୁହାଯାଉଛି, ଆଜି ଦେବ ଦୀପାବଳିରେ ବାରଣାସୀରେ ୧୧ ଲକ୍ଷ ଦୀପ ଜଳାଯିବ । ଏଥିପାଇଁ ସମସ୍ତ ପ୍ରକାରର ଭବ୍ୟ ଆୟୋଜନ କରାଯାଇଛି । ବାରଣାସୀରେ ଥିବା ଗଙ୍ଗା ନଦୀର ଚେତସିଂହ ଘାଟରେ ଲେଜର ଶୋର ଅଭ୍ୟାସ କରାଯାଇଛି । ସନ୍ଧ୍ୟାରେ ଏହି ଦୀପ ଜଳାଯିବ ସହ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ସାମିଲ ହେବେ ।