କନକ ବ୍ୟୁରୋ: ଶିକ୍ଷକତା କରିବା ସମୟରେ ଅନ୍ୟାୟ. ଅବିଚାର ଦେଖି ମାଓ ସଙ୍ଗଠନରେ ଯୋଗ ଦେଲେ । ହେଲେ ଲାଲଗଡର କିଛି ଘଟଣା ତାଙ୍କୁ ଏଭଳି ବ୍ୟଥିତ କରିଥିଲା ଯେ ଦୁର୍ଦ୍ଦାନ୍ତ ମାଓନେତାରୁ ପୁଣି ଫେରିଆସିଲେ । ଏବେ ସମାଜସେବୀ ପାଲଟିଛନ୍ତି ଗଜପତି ଘାସିରାମ ମାଝୀ ।
ଗଜପତି ଜିଲ୍ଲା ଗୁଡାରୀ ବ୍ଲକ କଲରାଘାଟି ପଞ୍ଚାୟତର ଖଡିକାପଦର ଗାଁ ଘାସିରାମ ମାଝୀ ପ୍ରଥମେ ଶିକ୍ଷକ ଚାକିରୀ କରୁଥିଲେ । ହେଲେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟକୁ ନେଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ । ଆନ୍ଧ୍ରର ନାଗାବଳୀ ଡିଭିଜନ, ଓଡିଶାର ବଂଶଧାରା ଡିଭିଜନ ପକ୍ଷରୁ ହୋଇଥିବା ବିଭିନ୍ନ ହିଂସାକାଣ୍ଡରେ ଘାସିରାମ ସାମିଲ ହୋଇଛି । ହେଲେ ଇନଫର୍ମର ନାଁରେ ନୀରିହ ଲୋକଙ୍କୁ ହତ୍ୟା ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକୁ ବିରୋଧ କରି ୨୦୦୯ ମସିହାରେ ଆତ୍ମ ସମର୍ପଣ କରିଥିଲେ ଘାସିରାମ ମାଝୀ । ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସେ ଲୋକଙ୍କ ସେବା କରି ସମାଜସେବୀ ପାଲଟିଯାଇଛନ୍ତି ।