କନକ ବ୍ୟୁରୋ : ଘଷିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଗୁଣ୍ଡାଗର୍ଦ୍ଦୀର ଆଉ ଏକ ଘଟଣାକୁ ସାମ୍ନାକୁ ଆସିଛି । ଗତକାଲି ରାତିରେ ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ, ଦେବାଶିଷ ପାତ୍ର କିଛି ଅସାମାଜିକ ବ୍ୟକ୍ତିଙ୍କ ସହ ମିଶି, ଘସିପୁରା କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଘସିପୁରା କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର ଘସିପୁରା ବ୍ଲକ୍ ଶାଳଦେଇ ପଂଚାୟତ ଓଡ଼ପଡ଼ା ଗାଁରୁ ବାହାଘର ଭୋଜିରେ ଯୋଗ ଦେଇ ଫେରୁଥିବା ସମୟରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ରଙ୍କ ପୁଅ, ଦେବାଶିଷ ପାତ୍ର ଏବଂ ତାଙ୍କ କିଛି ସହଯୋଗୀ ତାଙ୍କୁ ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ତେବେ କୌଶଳକ୍ରମେ ସୁବ୍ରତ କୁମାର ଚକ୍ର ଖସି ଆସିଥିବା ବେଳେ ତାଙ୍କ ଫରଚ୍ୟୁନର ଗାଡ଼ି ଉପରେ ଢ଼େଳା ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/vlcsnap-2021-06-28-11h23m38s788.png)