କନକ ବ୍ୟୁରୋ: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର । କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍ ରେ ମାତ୍ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର । ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାବେ ଘଷିପୁରାରେ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୩, ବିଜେପି ୨୨ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି । ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି ।