କନକ ବ୍ୟୁରୋ : ସପ୍ତାହେ ହେଲା ମହାନଦୀର ପୁରୁଣା ଧବଳେଶ୍ୱର ଘାଟରେ ନାକେଦମ୍ କଲାଣି ଘଡ଼ିଆଳ କୁମ୍ଭୀର । ସାତକୋଶିଆର ଟିକରପଡ଼ାରୁ ଖସିଆସିଥିବା ୧୨ ଫୁଟ ଲମ୍ବର ଏକ କୁମ୍ଭୀର କିଛି ଦିନ ତଳେ ମହାନଦୀର କଖଡ଼ି ନିକଟ ମାହାଳପଡ଼ା ଘାଟ ନିକଟରେ ଦେଖିବାକୁ ମିଳିଥିଲା । ବନ ବିଭାଗ ଓ ନନ୍ଦନକାନନ ରେସ୍କ୍ୟୁ ଟିମର ପ୍ରଚେଷ୍ଟା ସତ୍ୱେ କୁମ୍ଭୀରଟି ବନବିଭାଗର କବଜାକୁ ଆସିପାରିନାହିଁ ।

Advertisment

ଗତକାଲି ନନ୍ଦନକାନନ ଟିମ୍ ଓ ଖୁଂଟୁଣି ରେଂଜ ପକ୍ଷରୁ ସ୍ୱତନ୍ତ୍ର ଅପରେସନ୍ କରାଯାଉଛି । କୁମ୍ଭୀର ଦେହରେ ଟ୍ରାକିଂ ଡିଭାଇସ୍ ଲାଗିଥିବାରୁ ୨୪ ଘଂଟିଆ ସର୍ଭେଲାନ୍ସରେ ରହିପାରୁଛି । ଗତକାଲି ବନବିଭାଗର ୧୫ ଜଣିଆ ଟିମ୍ ୩ଟି ମାଛ ଧରା ଡଙ୍ଗାରେ ଘଂଟାଏ କାଳ ଅପରେସନ୍ କରିଥିଲେ । ହେଲେ କୌଣସି ସୁଫଳ ମିଳିନଥିଲା । ଆଜି ପୁଣି ଥରେ ଅପରେସନ୍ କରାଯାଇପାରେ ବୋଲି ଜଣାପଡ଼ିଛି । ସେପଟେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ହେଉଥିବା ଦେଖିବାକୁ ମିଳୁଛି ।