ପୁଣି ସଫେଇ ରଖିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନୀ । କହିଲେ, ମୁଁ ଟଙ୍କା ନେଇ ପଳାଇବା କଥା ଭିତ୍ତିହୀନ

Advertisment
ପୁଣି ସଫେଇ ରଖିଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନୀ । କହିଲେ, ମୁଁ ଟଙ୍କା ନେଇ ପଳାଇବା କଥା ଭିତ୍ତିହୀନ

ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘନି ଦେଶ ଛାଡିବା ପରେ ପ୍ରଥମ ଥର ପାଇଁ ବିଶ୍ୱ ସାମ୍ନାରେ ଏକ ବିବୃତ୍ତି ଦେଇଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରୁ ନିଜ ଦେଶକୁ ଏହି ଭିଡିଓ ମାଧ୍ୟମରେ ସମ୍ବୋଧିତ କରି ସେ କହିଛନ୍ତି ଯେ, ‘ଯଦି ମୁଁ କାବୁଲରେ ରହିଥାନ୍ତି ତେବେ ଏକ ଗଣହତ୍ୟାକାଣ୍ଡ ହୋଇଥାନ୍ତା। ସୁରକ୍ଷା କାରଣରୁ ମୁଁ ଆଫଗାନିସ୍ତାନଠାରୁ ଦୂରରେ ଅଛି | ଯେଉଁମାନେ ମୋତେ ଜାଣନ୍ତି ନାହିଁ, ସେମାନେ କିଛି ବୟାନ ଦିଅନ୍ତୁ ନାହିଁ | ତାଲିବାନ ସହିତ କଥାବାର୍ତ୍ତାରୁ କୌଣସି ନିଷ୍କର୍ସ ବାହାରି ନଥିଲା | ସେ କହିଛନ୍ତି ଯେ ଯେଉଁମାନେ ତାଙ୍କୁ ପଳାତକ ବୋଲି କହୁଛନ୍ତି ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ। ମୁଁ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଚାହୁଁଥିଲି।’

ଅସରଫ ଘନି କହିଛନ୍ତି, ‘ମୁଁ ମୋ ଦେଶର ଲୋକଙ୍କୁ ରକ୍ତାକ୍ତ ଯୁଦ୍ଧରୁ ରକ୍ଷା କରିଛି । ମୁଁ ଆମର ସୁରକ୍ଷା ବାହିନୀ ଏବଂ ସେନାକୁ ଧନ୍ୟବାଦ ଦେଉଛି | ମୁଁ ଟଙ୍କା ନେଇ ପଳାଇବା କଥା ଭିତ୍ତିହୀନ। ମୋର ଇଚ୍ଛା ବିରୁଦ୍ଧରେ ମୋତେ ଦେଶ ବାହାରକୁ ପଠାଗଲା | କିଛି ଅଘଟଣ ଘଟିବାର ଆଶଙ୍କା ପରେ ସୁରକ୍ଷା ଅଧିକାରୀଙ୍କ ପରାମର୍ଶରେ ମୁଁ ଦେଶ ଛାଡିଥିଲି।’

ସୂଚନା ଥାଉ କି ଯେ ଆଫଗାନିସ୍ତାନରେ ବର୍ତ୍ତମାନର ସଙ୍କଟ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଦାୟୀ କରିଛନ୍ତି । ବାଇଡେନ କହିଛନ୍ତି ଯେ ଘନି ତାଙ୍କ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଠିଆ ହେବା ଉଚିତ୍, କିନ୍ତୁ ସେ ବିନା ଯୁଦ୍ଧରେ ଦେଶ ଛାଡ଼ି ପଳାଇଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe