କନକ ବ୍ୟୁରୋ: ପରଦାକୁ ଆସିଲା ଦୁଇଟି ଭିନ୍ନ ସ୍ୱାଦର ହିନ୍ଦୀ ସିନେମା । ଗୋଟିଏ ପଟେ ରହିଛି ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଗଦ୍ଦର-ଟୁ’ । ଆଉ ଏହାକୁ ଟକ୍କର ଦେବା ପାଇଁ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ‘ଓ ମାଇ ଗଡ-ଟୁ’ । ବଡ ପରଦାରେ ଏହି ଦୁଇଟି ସିନେମାକୁ ନେଇ ଆରମ୍ଭ ହୋଇ ଯାଇଛି ବଡ ଟକ୍କର ।

  • ବଡ଼ ପରଦାରେ ବଡ଼ ଟକ୍କର
  • ‘ଗଦ୍ଦର-୨’ ବନାମ ‘ଓ ମାଇ ଗଡ୍-୨’

୨୨ ବର୍ଷ ପରେ ପୁଣିଥରେ ପରଦାରେ ଦେଖିବାକୁ ମିଳିଛି ତାରା ସିଂହ ଓ ମାଡାମ୍ ଜୀଙ୍କ ପ୍ରେମ କାହାଣୀ । ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ଫିଲ୍ମ ଗଦର-୨ । ସନି ଦେୱଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ଦେଖିବା ପାଇଁ ସିନେମା ହଲ ଗୁଡ଼ିକରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ୨୦୦୧ ମସିହାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ୨୨ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଛି । ଆଉ ବଡ ପରଦାରେ ପୁଣିଥରେ ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ କାହାଣୀକୁ ପସନ୍ଦ କରିଛନ୍ତି ଦର୍ଶକ । ଏହାସହ ସନ୍ନି ଦେଓଲଙ୍କ ଦମଦାର ଆକ୍ସନ୍ ବି ଦର୍ଶକଙ୍କ ମନ ଜିଣି ପାରିଛି ।

ଅନ୍ୟପଟେ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଃ ମାଇଁ ଗଡ଼’ ମଧ୍ୟ ମୁକ୍ତିଲାଭ କରିଛି । ଏହା ଏକ କମେଡ଼ି ଡ୍ରାମା ଫିଲ୍ମ । ଫିଲ୍ମରେ ଅକ୍ଷୟ କୁମାର, ୟାମି ଗୌତମ, ପଙ୍କଜ ତ୍ରିପାଠୀଙ୍କୁ ପ୍ରମୁଖ ଭୁମିକାରେ ଦେଖିବାକୁ ମିଳିଛି । ବଳିଷ୍ଠ କାହାଣୀ ସହ କଳାକାରଙ୍କ ଅଭିନୟ ସିନେପ୍ରେମୀଙ୍କ ମନକୁ ଛୁଇଁ ପାରିଛି । ଦର୍ଶକ ଓ ମାଇ ଗଡ –ଟୁ ସିନେମାକୁ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

ଉଭୟ ଗଦ୍ଦର-୨ ଏବଂ ଓ ମାଇ ଗଡ-୨ ବଡ ପରଦାରେ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ପ୍ରଥମ ଦିନରେ ଅଧିକାଂସ ସିନେମା ହଲ ଗୁଡିକ ହାଉସ ଫୁଲ୍ ରହୁଥିବା ଦେଖିବାକୁ ମିଳିଛି । ତେବେ ଦୁଇଟି ସିନେମା ମଧ୍ୟରେ କେଉଁଟି ଅଧିକ ବ୍ୟବସାୟ କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।