ମୁନ୍ନାଭାଇଙ୍କୁ ଆଉ ଏକ ଜୀବନ ଯୁଦ୍ଧ ଲଢ଼ିବାକୁ ହେବ । ଚଳଚ୍ଚିତ୍ର ଦୁନିଆରେ ସମସ୍ତଙ୍କୁ ମାତ୍ ଦେଇପାରୁଥିବା ଭେଟେରାନ ଅଭିନେତା ସଂଜୟ ଦତ୍ତ ଟୁଇଟ୍ କରି ଲେଖିଛନ୍ତି, ଖୁବଶୀଘ୍ର ସେ ଫେରିଆସୁଛନ୍ତି, ଅଳ୍ପ ସମୟ ପାଇଁ ବିରତି ନେଇଛନ୍ତି ।

488

କନକ ବ୍ୟୁରୋ: ହାଏ ଫ୍ରେଣ୍ଡସ୍ । ମୁଁ ମେଡିକାଲରେ ଚିକତ୍ସା ପାଇଁ ଏକ ଛୋଟ ବିରତି ନେଉଛି । ମୋ ପରିବାର ଓ ବନ୍ଧୁମାନେ ମୋ ସହିତ ଅଛନ୍ତି । ମୋର ଶୁଭେଚ୍ଛୁଙ୍କୁ ଅନୁରୋଧ, ସେମାନେ ଆଦୌ ବ୍ୟସ୍ତ ହୁଅନ୍ତ ନାହିଁ, କିମ୍ବା ବେଶୀ କିଛି ଭାବନ୍ତୁୁ ନାହିଁ । ଆପଣଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛା ସହ ମୁଁ ଖୁବଶୀଘ୍ର ଫେରିଆସିବି ।

ଶହେ ୮୭ରୁ ଅଧିକ ଫିଲ୍ମରେ ଅଭିନୟ କରି ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ଓ ୩ ଥର ସ୍କ୍ରିନ୍ ଆୱାର୍ଡ ଜିତିଥିବା ସଂଜୟ ଫୁସଫୁସ୍ କର୍କଟରେ ଆକ୍ରାନ୍ତ ହେବା ନେଇ ଖବର ଆସିବା ପରେ ବଲିଉଡରେ ଚିନ୍ତା ଖେଳିଯାଇଛି । ତାଙ୍କ ଫୁସ୍ଫୁସ୍ କ୍ୟାନ୍ସର ଷ୍ଟେଜ୍-ଥ୍ରୀରେ ଥିବା ଜଣାପଡ଼ିବା ପରେ ଆମେରିକା ଯାଇ ଚିକିତ୍ସିତ ହେବେ ବୋଲି ଜଣାପଡ଼ିଛି । ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ଗତ ୮ ତାରିଖରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତିର୍ ହୋଇଥିଲେ ୬୧ ବର୍ଷିୟ ସଂଜୟ ଦତ । ଏହାପରେ ସେ କର୍କଟରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏହି ଘଟଣା ପରେ ପତ୍ନୀ ମାନ୍ୟତା ଏକ ଟୁଇଟ କରି ଏହି ଯୁଦ୍ଧ ସେମାନେ ଜିତିବେ ବୋଲି ଲେଖିଛନ୍ତି ।

“ସଂଜୁଙ୍କ ଆରୋଗ୍ୟ କାମନା କରିଥିବା ସବୁ ଶୁଭେଚ୍ଛୁଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହି ପର୍ଯ୍ୟାୟ ଅତିକ୍ରମ କରିବା ପାଇଁ ଆମକୁ ଶକ୍ତି ଦରକାର, ଏବଂ ପ୍ରାର୍ଥନା ଦରକାର । ଆମ ପରିବାର ପୂର୍ବରୁ ମଧ୍ୟ ଅନେକ ପରିସ୍ଥିତି ଦେଇ ଗତି କରିଛି । ମୋର ଦୃଢ଼ ବିଶ୍ୱାସ ଏହି ପରିସ୍ଥିତିବି ଅତିକ୍ରମ କରିଯିବ । ଶୁଭେଚ୍ଛୁଙ୍କୁ ମୋର ଅନୁରୋଧ ସେମାନେ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସେମାନେ ସେହିପରି ସେମାନଙ୍କର ଶ୍ରଦ୍ଧା ଓ ସମର୍ଥନ ଜାରି ରଖନ୍ତୁ । ସଂଜୁ ସବୁବେଳେ ଜଣେ ଲଢ଼ୁଆ ବ୍ୟକ୍ତି ହୋଇ ରହିଛନ୍ତି । ଭଗବାନ ଆଉ ଥରେ ଆମର ପରୀକ୍ଷା ନେଉଛନ୍ତି । ଆପଣଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ହିଁ ଆମେ ଦରକାର କରୁଛୁ । ଆମେ ପୁଣିଥରେ ବିଜୟୀ ହେବୁ । ଏହି ସମୟରେ ସକାରାତ୍ମକ ମନୋଭାବ ରଖିବା ଉଚିତ ହେବ ।