କନକ ବ୍ୟୁରୋ : ଦେଶରେ ପ୍ରଥମ ରାଜ୍ୟ ଭାବେ ଦିଲ୍ଲୀରେ ପୋଲିଂ ବୁଥରେ ଦିଆଯିବ କରୋନା ଟିକା । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଲୋକମାନେ ଯେଉଁଠାରେ ଯାଇ ଭୋଟ୍ ଦେଉଥିଲେ ସେହିଠାରେ ଯାଇ କରୋନା ଟିକା ନେଇପାରିବେ । ଦିଲ୍ଲୀରେ ଲୋକମାନେ ଟିକା ନେବାପାଇଁ ଟିକା କେନ୍ଦ୍ରକୁ ଆସୁନଥିବାରୁ ଟିକାକରଣକୁ ବ୍ୟାପକ କରିବା ଲାଗି ଏଭଲି ପଦକ୍ଷେପ ଘୋଷଣା କରାଯାଇଛି ।
ବୁଥସ୍ତରର ଅଧିକାରୀମାନେ ଆଗାମୀ ୨ଦିନ ଧରି ଘରକୁ ଘର ଯାଇ ଟିକା ନେବାପାଇଁ ଲୋକଙ୍କୁ ବୁଝାଇବେ । ଆଜି ଦିଲ୍ଲୀର ପ୍ରାୟ ୭୦ଟି ୱାର୍ଡରେ ଏହି ଅଭିଯାନ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରଛନ୍ତି । ଅନଲାଇନରେ ସ୍ଲଟ ବୁକ କରି ଏହି ଟିକାକରଣ କରାଯିବ । ତେବେ ଖୁବଶୀଘ୍ର ଘରକୁ ଘର ଯାଇ ଟିକାକରଣକୁ ଆହୁରି ବ୍ୟାପକ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଆଗାମୀ ୪ ସପ୍ତାହ ଭିତରେ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/yilliyil.jpg)