ମେ ୩୧ ପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ରଖନ୍ତୁ ୩୪୨ ଟଙ୍କା, ନହେଲେ ହୋଇପାରେ ଏଭଳି କ୍ଷତି ।

45

ଆପଣ କେନ୍ଦ୍ର ସରକାରଙ୍କ ଦୁଇଟି ଯୋଜନା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଏବଂ ସୁରକ୍ଷାବୀମା ଯୋଜନା ସମ୍ବନ୍ଧରେ ଅବଗତ ଥିବେ । ଏହି ଦୁଇଟି ଯୋଜନାରେ ଆପଣଙ୍କୁ ଇନସୁରାନ୍ସ ସୁବିଧା ମିଳିଥାଏ । ତେଣୁ ଯଦି ଆପଣ ଚଳିତ ମାସ ଶେଷ ପର୍ଯ୍ୟନ୍ତ ନିଜ ବ୍ୟାଙ୍କ ଖାତାରେ ସର୍ବନିମ୍ନ ରାଶି ୩୪୨ଟଙ୍କା ରଖିବେ, ତେବେ ଏହାର ସୁବିଧା ଆପଣ ପାଇପାରିବେ । ମୁଖ୍ୟତଃ ଯେଉଁମାନେ ଏହି ଦୁଇଟି ଯୋଜନାରେ ପଞ୍ଜୀକୃତ ହୋଇଥିବେ ସେମାନଙ୍କୁ ଏହାର ସୁବିଧା ମଳିବ ବୋଲି ସୂଚନା ମିଳିଛି ।

କାରଣ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଓ ସୁରକ୍ଷା ବୀମା ଯୋଜନା ଦୁଇଟିର ବାର୍ଷିକ ପ୍ରିମିୟମ ରାଶି ମେ ମାସ ଶେଷରେ ହିଁ କଟିଥାଏ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାର ବାର୍ଷିକ ପ୍ରିମିୟମ ୩୩୦ ଟଙ୍କା ଥିବାବେଳେ ସୁରକ୍ଷା ବୀମା ଯୋଜନାର ବାର୍ଷିକ ପ୍ରିମିୟମ ୧୨ଟଙ୍କା ଆପଣଙ୍କ ଜମା ଖାତାରୁ କଟିଥାଏ । ତେବେ ସର୍ବମୋଟ ୩୪୨ଟଙ୍କାର ପ୍ରିମିୟମ ରାଶି ବାର୍ଷିକ ମେ ମାସ ଶେଷରେ ହିଁ କଟିଥାଏ । ଏହାଦ୍ୱାରା ଆପଣ ପାଖାପାଖି ୪ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ପାଇପାରିବେ ବୋଲି କେନ୍ଦ୍ର ସରକାର ପୂର୍ବ ନିର୍ଦ୍ଧାରଣ କରିଛନ୍ତି ।

ତେଣୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି ୩୪୨ଟଙ୍କା ରଖି ଏହାର ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୧୮ ବର୍ଷ ବୟସରୁ ୫୦ ବର୍ଷ ବୟସର ଲୋକମାନେ ପଞ୍ଜୀକୃତ ହୋଇପାରିବେ । ୫୫ବର୍ଷ ହେବାମାତ୍ରେ ଆପଣଙ୍କୁ ଏହାର ବୀମାରାଶି ୨ଲକ୍ଷ ଟଙ୍କା ମଳିଯିବ । ଯଦି ପଞ୍ଜିକୃତ ହୋଇଥିବା ବ୍ୟକ୍ତିଙ୍କର କୌଣସି କାରଣରୁ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ତୁରନ୍ତ ୨ଲକ୍ଷ ଟଙ୍କାର ବୀମା ରାଶି ମିଳିଯିବ । ସେହିଭଳି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୧୮ରୁ ୭୦ ବର୍ଷ ବୟସର ଲୋକମାନେ ଏହାର ଲାଭ ନେଇ ପାରିବେ । ବାର୍ଷିକ ପ୍ରିମିୟମ ୧୨ଟଙ୍କା ପୈଠ କରିବାକୁ ହେବ । ଯଦି ଜମାକାରୀଙ୍କ  ମୃତ୍ୟୁ ହୁଏ ୨ଲକ୍ଷ ଏବଂ ଦୁର୍ଘଟଣାରେ ବିକଳାଙ୍ଗ ହୋଇଗଲେ ଆପଣଙ୍କ ପରିବାରକୁ ମଳିବ ୧ଲକ୍ଷ ଟଙ୍କାର ଇନ୍ସ୍ୟୁରାନ୍ସ ରାଶି ।  ତେବେ ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ଖାତାରେ ମେ ମାସ ଶେଷ ସୁଦ୍ଧା ୩୪୨ ଟଙ୍କା ସର୍ବନିମ୍ନ ରାଶି ଜମା ରଖିବାକୁ ପଡିବ ।