ଟିକାକରଣକୁ ପ୍ରୋତ୍ସାହିତ କରିବାକୁ ଲୋଭନୀୟ ଅଫର । ଇନ୍ଦୋରରେ ଟିକା ନେଲେ ମିଳୁଛି ଏହି ସବୁ ଦାମୀ ଉପହାର 

194

କନକ ବ୍ୟୁରୋ: ଦେଶରେ ଏବେ କରୋନା ମହାମାରୀ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସାର୍ବଜନିନ ଟିକାକରଣ ଜାରି ରହିଛି । ଏପରି ସ୍ଥିତିରେ ଦେଶର ସ୍ୱଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲୋକଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି । ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ଓ କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଉପହାର ସମ୍ପର୍କରେ ଘେଶଷଣା କରାଯାଉଛି  । ଏପରିକି କେତେକ ଟିକାକରଣ କେନ୍ଦ୍ରରେ ଲକି ଡ଼୍ର ଅନୁଷ୍ଠିତ ହେଉଛି ।

ଟିକା ନେବାକୁ ଆସୁଥିବା ଲୋକଙ୍କୁ ଅତିଥି ଭାବେ ପଛୋଟି ନେଇ ଲସି, କୋଲ୍ଡ ଡ଼୍ରିଙ୍କ୍ ଏବଂ ଅନ୍ୟ ପାନୀୟ ପ୍ରଦାନ କରାଯାଉଛି । ସେହିପରି ନୱଲଖା ଟିକାକରଣ କେନ୍ଦ୍ରରେ ଟିକା ନେଇଥିବା ଲୋକଙ୍କୁ ଥରୁଟିଏ ମାଗଣାରେ ବସ ଯାତ୍ରାର ସୁଯୋଗ ମିଳୁଛି । ସେହିପରି ସପିଂ ମଲରେ କରାଯାଇଥିବା ଟିକାକରଣ କେନ୍ଦ୍ରରେ ସେଲଫି ଷ୍ଟିକ୍ ସମେତ ଅନ୍ୟ ଉପହାର ମଧ୍ୟ ପ୍ରଦାନ କରାଯାଉଛି । ଭ୍ୟାକ୍ସିନ୍ ନେବାକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଜଣାପଡ଼ିଛି  ।