କନକ ବ୍ୟୁରୋ: ଦେଶରେ ଏବେ କରୋନା ମହାମାରୀ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସାର୍ବଜନିନ ଟିକାକରଣ ଜାରି ରହିଛି । ଏପରି ସ୍ଥିତିରେ ଦେଶର ସ୍ୱଚ୍ଛ ସହର ତାଲିକାରେ ଶୀର୍ଷରେ ଥିବା ଇନ୍ଦୋରରେ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଲୋକଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଉଛି । ସହରର ବିଭିନ୍ନ ପ୍ରତିଷ୍ଠିତ ବ୍ୟବସାୟୀ ଓ କମ୍ପାନୀ ପକ୍ଷରୁ ଏଭଳି ଲୋଭନୀୟ ଉପହାର ସମ୍ପର୍କରେ ଘେଶଷଣା କରାଯାଉଛି । ଏପରିକି କେତେକ ଟିକାକରଣ କେନ୍ଦ୍ରରେ ଲକି ଡ଼୍ର ଅନୁଷ୍ଠିତ ହେଉଛି ।
ଟିକା ନେବାକୁ ଆସୁଥିବା ଲୋକଙ୍କୁ ଅତିଥି ଭାବେ ପଛୋଟି ନେଇ ଲସି, କୋଲ୍ଡ ଡ଼୍ରିଙ୍କ୍ ଏବଂ ଅନ୍ୟ ପାନୀୟ ପ୍ରଦାନ କରାଯାଉଛି । ସେହିପରି ନୱଲଖା ଟିକାକରଣ କେନ୍ଦ୍ରରେ ଟିକା ନେଇଥିବା ଲୋକଙ୍କୁ ଥରୁଟିଏ ମାଗଣାରେ ବସ ଯାତ୍ରାର ସୁଯୋଗ ମିଳୁଛି । ସେହିପରି ସପିଂ ମଲରେ କରାଯାଇଥିବା ଟିକାକରଣ କେନ୍ଦ୍ରରେ ସେଲଫି ଷ୍ଟିକ୍ ସମେତ ଅନ୍ୟ ଉପହାର ମଧ୍ୟ ପ୍ରଦାନ କରାଯାଉଛି । ଭ୍ୟାକ୍ସିନ୍ ନେବାକୁ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/06/corona-vaccine-23.jpg)