ମାସୁଦ ଉପରେ ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ ! ୟୁରୋପୀୟ ସଂଘ ଦ୍ୱାରା ଆଝାରକୁ ବିଶ୍ୱ ଆତଙ୍କବାଦ ଘୋଷଣା ପାଇଁ ପ୍ରସ୍ତୁତି । 

184

କନକ ବ୍ୟୁରୋ : ମାସୁଦ ଆଝାର ଉପରେ ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ । ୟୁରୋପୀୟ ସଂଘ ଦ୍ୱାରା ମାସୁଦକୁ ବିଶ୍ୱ ଆତଙ୍କବାଦ ଘୋଷଣା କରିବା ପାଇଁ ପ୍ରସ୍ତାବ ଦେଲା ଜର୍ମାନୀ । ତେବେ ୟୁରୋପୀୟ ସଂଘର ୨୮ଟି ରାଷ୍ଟ୍ର ରାଜି ହେଲେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦ ଘୋଷଣା କରାଯିବ । ପୂର୍ବରୁ ଜାତିସଂଘ ସୁରକ୍ଷା ପରିଷଦରେ ନିଜର ଭିଟୋ ପାୱାର ବ୍ୟବହାର କରି ମାସୁଦକୁ ଅର୍ନ୍ତଜାତୀୟ ଆତଙ୍କୀ ଘୋଷଣା କରିବାରୁ ବଂଚାଇଥିଲା ଚୀନ୍ ।

ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ଫ୍ରାନ୍ସ ପରେ ଜର୍ମାନୀର କଡା ଆଭିମୁଖ୍ୟ । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ପାଦେ ଆଗେଇଲା ଜର୍ମାନୀ । ମିଳିଥିବା ସୂଚନା ଅନୁସାରେ ୟୁରୋପୀୟ ସଂଘରେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଅନ୍ୟ ସଦସ୍ୟ ରାଷ୍ଟ୍ର ଗୁଡିକ ସହ ଆଲୋଚନା କରୁଛି ଜର୍ମାନୀ । ଯଦି ଜର୍ମାନୀକୁ ଏଥିରେ ସଫଳତା ମିଳେ ତେବେ ମାସୁଦ ଆଝାରର ସମସ୍ୟା ବଢିଯିବ ।

– ୟୁରୋପୀୟ ସଂଘର ୨୮ଟି ସଦସ୍ୟ ଦେଶ ଏହି ପ୍ରସ୍ତାବରେ ରାଜି ହେଲେ ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯିବ

-୨୮ଟି ରାଷ୍ଟ୍ରରେ ଥିବା ମାସୁଦର ସମ୍ପତ୍ତି ଜବତ କରାଯିବ

-୨୮ଟି ଦେଶକୁ ଯାତ୍ରା କରିପାରିବ ନାହିଁ ଦୁର୍ଦ୍ଦାନ୍ତ ମାସୁଦ ଆଝାର

ସୂଚନା ଅନୁସାରେ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜର୍ମାନୀ ପ୍ରସ୍ତାବ ଦେଇଛି । କିନ୍ତୁ ଏହା ଉପରେ କୌଣସି ବିଚାର କରାଯାଇନାହିଁ । ୟୁରୋପୀୟ ସଂଘର ସମସ୍ତ ୨୮ଟି ଦେଶ ରାଜି ହେଲା ପରେ ଏହି ପ୍ରସ୍ତାବ ଉପରେ ବାଜିବ ମୋହର । ୟୁରୋପୀୟ ସଂଘରେ ଏହିପରି ପ୍ରସଙ୍ଗ ଗୁଡିକ ଉପରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଏ ।

ପୂର୍ବରୁ ଜୈସ-ଏ-ମହମ୍ମଦ ମୁଖିଆର ସମ୍ପତି ଜବତ କରିବା ନେଇ ଫ୍ରାନ୍ସ ସରକାର ଘୋଷଣା କରିସାରିଛନ୍ତି । ପୁଲୱାମା ଆତଙ୍କୀ ହାମଲାର ମାଷ୍ଟରମାଇଣ୍ଡ ମାସୁଦ ଅଜହର ଓ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଫ୍ରାନ୍ସ ସରକାର । ଏହାସହ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ଦିଗରେ ୟୁରୋପୀୟ ସଂଘ ସହିତ ମିଳିତ ଭାବେ ଫ୍ରାନ୍ସ ସରକାର କାମ କରିବେ ବୋଲି ଘୋଷଣା କରିଛନ୍ତି । ପୁଲୱାମା ହମଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ମାସୁଦ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା କରିବା ଦିଗରେ ରୋକ ଲଗାଇଛି ଚୀନ୍ । ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ପାଇଁ ଆମେରିକା, ଫ୍ରାନ୍ସ ଓ ଇଂଲଣ୍ଡର ପ୍ରସ୍ତାବ ବିରୋଧରେ ପୁଣିଥରେ ଭିଟୋ ପ୍ରୟୋଗ କରିଥିଲା ବେଜିଂ । ୨୦୧୭ ମସିହାରେ ମଧ୍ୟ ସମାନ ଭାବରେ ଚୀନ୍ ନିଜର ଭିଟୋ କ୍ଷମତା ବ୍ୟବହାର କରି ମାସୁଦକୁ ଅନ୍ତଜାର୍ତୀୟ ଆତଙ୍କବାଦୀ ଘୋଷଣାରୁ ବଂଚାଇଥିଲା ।