ଜର୍ମାନୀ ଯୁବତୀ ବଳାତ୍କାର ମାମଲା ! ବିତ୍ତିହୋତ୍ର ମହାନ୍ତିଙ୍କୁ ମିଳିଲା ଜାମିନ

26

କନକ ବ୍ୟୁରୋ : ବିତ୍ତିହୋତ୍ର ମହାନ୍ତିଙ୍କୁ ସୁପ୍ରିମକୋର୍ଟରୁ ଜାମିନ ପ୍ରଦାନ । ଜର୍ମାନୀ ଯୁବତୀ ବଳାତ୍କାର ମାମଲାରେ ଗିରଫ ହୋଇ ଜୟପୁର ସେଂଟ୍ରାଲ ଜେଲରେ ଅଛନ୍ତି ବିତ୍ତିହୋତ୍ର ମହାନ୍ତି । ପୂର୍ବତନ ହୋମଗାର୍ଡ ଓ ଅଗ୍ନିଶମ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତି । ଅଢେଇ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ ।

ପ୍ରତି ମାସ କ୍ୟାଂଟେନମେଂଟ ଥାନାରେ ହାଜର ହେବା ସହ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨୦୦୬ରେ ରାଜସ୍ଥାନ ଅଲୱରରେ ଜର୍ମାନୀ ଯୁବତୀଙ୍କୁ ବଳାତ୍କାର ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ବିତ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-