ଆଇସିଜେର ଗଣହତ୍ୟା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ନେତାନ୍ୟାହୁ । କହିଲେ ଇସ୍ରାଏଲ ଗଣ ହତ୍ୟା କରୁନାହିଁ ବରଂ ଆତ୍ମରକ୍ଷା କରିବାକୁ ଚେଷ୍ଟା କରୁଛି

67

କନକ ବ୍ୟୁରୋ : ହମାସ ଚରମପନ୍ଥୀ ସଂଗଠନକୁ ପାଲଟା ଜବାବ ଦେବାକୁ ଯାଇ ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି । ୪ ମାସ ହେଲାଣି ଏହି ଯୁଦ୍ଧ ବିରାମ ନେବାର ନାମ ହିଁ ନେଉ ନାହିଁ । ଗାଜା ଷ୍ଟ୍ରିପରୁ ହମାସର ଆକ୍ରମଣ ପରେ ଇସ୍ରାଏଲ ହମାସ ସଂଗଠନକୁ ଆମୂଳ ଶେଷ ନ କଲା ଯାଏଁ ଯୁଦ୍ଧ ସାରିବ ନାହିଁ ବୋଲି ଜଣାଇ ଦେଇଛି । ହେଲେ ଏହି ଯୁଦ୍ଧର ବିଭିଷିକାରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ବ୍ୟାପକ କ୍ଷତି ତଥା ଧନ ଜୀବନ ହାନି ହେବା ସହ କୌଣସି ସମାଧାନର ସୂତ୍ର ମଧ୍ୟ ମିଳୁ ନାହିଁ ।

ଏହା ମଧ୍ୟରେ ନେଦରଲ୍ୟାଣ୍ଡ ହେଗସ୍ ସ୍ଥିତ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ୍ ସାଉଥ ଆଫ୍ରିକାର ଅଭିଯୋଗକୁ ଗ୍ରହଣ କରିବା ସହ ଇସ୍ରାଏଲର ଏହି କାର୍ଯ୍ୟକଳାପକୁ ଗଣହତ୍ୟା ବୋଲି ଘୋଷଣା କରିଛି ଓ ଯଥା ଶୀଘ୍ର ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଏମିତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅର୍ଡର ସାମ୍ନାକୁ ଆସିବା ପରେ ଏହାକୁ ଗଣ ହତ୍ୟା ବୋଲି ବିବେଚନା କରିବା କରିବା ସମ୍ପୁର୍ଣ୍ଣ ଭୁଲ ଓ ଅପମାନ ଜନକ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି କୌଣସି ସାଧାରଣ ଲୋକ ଏହାକୁ ସହଜରେ ଗ୍ରହଣ କରିବ ନାହିଁ । ଏହି ଯୁଦ୍ଧକୁ ଗଣହତ୍ୟାର ନାମ ଦେବା ଭୁଲ । ନିଜ ଦେଶର ସୁରକ୍ଷା ପାଇଁ ସେ ହମାସର ଆତଙ୍କବାଦକୁ ମୂଳପୋଛ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ଇସ୍ରାଏଲ କେବେ ପଛଘୁଂଚା ଦେବ ନାହିଁ । ଏହି ଯୁଦ୍ଧ କେବଳ ହମାସର ଆତଙ୍କବାଦ ବିରୋଧୀ କିନ୍ତୁ ପାଲେଷ୍ଟାଇନ ଅଧିବାସୀଙ୍କ ବିରୋଧୀ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ହମାସ ଚରମପନ୍ଥୀମାନେ ସାଧାରଣ ଲୋକଙ୍କୁ ଯୁଦ୍ଧରେ ଢାଲ କରୁଛନ୍ତି । କିନ୍ତୁ ଆମେ ଯେତେ ସମ୍ଭବ ପାଲେଷ୍ଟାଇନ ଅଧୀବାସୀଙ୍କୁ ମାନବିକତା ଦୃଷ୍ଟିରୁ ସହାୟତା ଯୋଗାଉଛୁ ଏବଂ ପାରୁ ପର୍ଯ୍ୟନ୍ତ ଯୋଗାଇ ଚାଲିବୁ ବୋଲି ଜଣାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ।

ଇସ୍ରାଏଲ ଅନ୍ତର୍ଜାତୀୟ ସୁରକ୍ଷାକୁ ସମ୍ମାନ ଦେବ, କିନ୍ତୁ ଏହା ସହ ନିଜ ଦେଶର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସେ ବଦ୍ଧପରିକର । ଏଣୁ ନିିଜ ଲୋକଙ୍କ ସୁରକ୍ଷା କରିବା ନେତନ୍ୟାହୁଙ୍କ ପାଇଁ ମଧ୍ୟ ଜରୁରୀ । ଅନ୍ୟ ଦେଶ ଭଳି ଇସ୍ରାଏଲର ମଧ୍ୟ ନିଜ ଦେଶକୁ ସୁରକ୍ଷା ଦେବାର ସମ୍ପୁର୍ଣ୍ଣ ଅଧିକାର ରହିଛି ।

ଆଇସିଜେର ଅର୍ଡର ସପକ୍ଷରେ ୧୫ଟି ଭୋଟ ମିଳିଥିବା ବେଳେ ମାସକ ମଧ୍ୟରେ ଏ ନେଇ ଏକ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।