କୁନି ବୟସରେ କମାଲ କଲେ ଦିବ୍ୟଙ୍କା । ଫଟାଫଟ୍ କହୁଛନ୍ତି ଦେଶବିଦେଶର କଥା

Advertisment
କୁନି ବୟସରେ କମାଲ କଲେ ଦିବ୍ୟଙ୍କା । ଫଟାଫଟ୍ କହୁଛନ୍ତି ଦେଶବିଦେଶର କଥା

କନକ ବ୍ୟୁରୋ: ବୟସ ମାତ୍ର ୩ ବର୍ଷ,ହେଲେ ବୁଦ୍ଧି କିନ୍ତୁ ବିଚକ୍ଷଣ । ଏ କୋମଳ ବୟସରେ ଦେଶ ବିଦେଶର କଥା କହି ସମସ୍ତଙ୍କୁ କରୁଛନ୍ତି ଚକିତ । ସେ ହେଉଛନ୍ତି ଅନୁଗୋଳ ଜିଲ୍ଲା ବାଲିପଟା ଗ୍ରାମର ଦିବ୍ୟଙ୍କା ଦାସ । ସାଙ୍ଗସାଥୀମାନେ ଖେଳକୁଦରେ ସମୟ କାଟୁଥିବାବେଳେ ଦିବ୍ୟଙ୍କା କିନ୍ତୁ ସାଧାରଣ ଜ୍ଞାନ ଶିଖି ମନେ ରଖିବାରେ ସମୟ ବିତାଇଥାନ୍ତି ।

ବିଭିନ୍ନ ଦେଶ ଓ ରାଜ୍ୟର ରାଜଧାନୀର ନାଁ ସହ ମହାଦେଶ, ମହାସାଗର, ଗ୍ରହ , ନକ୍ଷତ୍ର . ମନ୍ୟୁମେଣ୍ଟସ୍, ଦେବାଦେବୀ, ପ୍ରାର୍ଥନା, ଶ୍ଳୋକ, ବିଶିଷ୍ଟ ବ୍ୟକ୍ତିତ୍ୱଗଣଙ୍କ ବାଦରେ ଯାହା ପଚାରିଲେ ପାଟିରୁ ବାହାରୁଛି ଫଟାଫଟ୍ ଉତ୍ତର । ଦିବ୍ୟଙ୍କାଙ୍କ ବାପା ଦିଲ୍ଲୀପ ଦାସ ଜଣେ ଶିକ୍ଷକ ହୋଇଥିବାବେଳେ ମା’ ଶୁଭଶ୍ରୀ ଦାସ ଜଣେ ଗୃହିଣୀ । ଗ୍ରାମଞ୍ଚଳରେ ରହୁଥିଲେ ବି ଝିଅକୁ ଉଚିତ ଦିଗଦର୍ଶନ ଦେବାକୁ ସତ ଚେଷ୍ଟା କରନ୍ତି ମା’ ଶୁଭଶ୍ରୀ । ଘରର ଜଞ୍ଜାଳ ଭିତରେ ବି ବିଭିନ୍ନ ସାଧାରଣ ଜ୍ଞାନ ଶିଖାଇବାରେ ସେ ଝିଅକୁ ଦୈନିକ ୨ଘଣ୍ଟାରୁ ଅଧିକ ସମୟ ଦେଇଥିବା କୁହନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe