କନକ ବ୍ୟୁରୋ : ଝିଅମାନଙ୍କୁ ଶସକ୍ତ କରାଇବା ପାଇଁ ବଡ ପଦକ୍ଷେପ ନେଇଛି ଜେନେକ୍ସ ସଂଗଠନ । କନ୍ୟାସନ୍ତାନ ଜନ୍ମ ହେଲେ ଜେନେକ୍ସ ଦେବ ୧୧ ହଜାର ଟଙ୍କା । ଜେନେକ୍ସ ନିଜ ବାଲ ବିକାଶ କାର୍ଯ୍ୟକ୍ରମ ଜରିଆରେ ଏହି ପଦକ୍ଷେପ ଆରମ୍ଭ କରିଛି । ଝିଅ ଜନ୍ମ ହେଲେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ ସୁବିଧା ଉପଲବ୍ଧ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ସୁବିଧା ପାଇବା ପାଇଁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ହେବ ।

Advertisment

ସମାଜରେ ନାରୀମାନଙ୍କୁ ଅବଳା ଦୁର୍ବଳା ବୋଲି କୁହାଯାଉଥିଲା ବେଳେ ଜେନେକ୍ସ ସଂଗଠନ ଝିଅମାନଙ୍କୁ ସଶକ୍ତି କରିବାରେ ଲାଗିପଡିଛି । ଦେଶରେ ଲିଙ୍ଗଗତ ସମାନତା ଉପରେ କାମ କରୁଛି ଜେନେକ୍ସ ସଂଗଠନ । ଦେଶରେ ପୁଅ-ଝିଅଙ୍କ ମଧ୍ୟରେ ହେଉଥିବା ଭେଦଭାବକୁ ଦୂର କରିବାକୁ ସଂଗଠନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୂର୍ବରୁ ମଧ୍ୟ ସଂଗଠନ ଏଭଳି ଲିଙ୍ଗଗତ ସମାନତା ଉପରେ ଅନେକ କାମ କରିସାରିଛି ।

ଏହି ସୁବିଧାର ଲାଭ ଦେଶର ସବୁ ନାଗରିକ ପାଇପାରିବେ । ମାତ୍ର ଏହି ସୁବିଧା ପାଇବାକୁ ହେଲେ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏଥିପାଇଁ www.genexchild.com କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ରେଜିଷ୍ଟ୍ରେସନ ପାଇଁ କୌଣସି ବି ଶୁଳ୍କ ଦେବାକୁ ପଡିବ ନାହିଁ ।

ଏହି ସ୍କିମର ଲକ୍ଷ୍ୟ ହେଉଛି ୧୮ ବର୍ଷ ବୟସରେ ସବୁ ଝିଅ ନିଜ ଟଙ୍କାରେ ଶସକ୍ତ ହେବେ । ନାବାଳିକା ହେବା ପରେ ଝିଅମାନେ ନିଜ ଟଙ୍କାକୁ ପାଠପଢା, ବାଣିଜ୍ୟ ଓ ବିବାହରେ ବ୍ୟବହାର କରିପାରିବେ । ଏନେଇ ଜେନେକ୍ସର ପ୍ରତିଷ୍ଠାତା ପଙ୍କଜ ଗୁପ୍ତା କହିଛନ୍ତି କି, ଆମେ ଆମ ନେଟୱର୍କ ପାର୍ଟନରଙ୍କ ସହ ମିଶି ଏହି ପଦକ୍ଷେପ ନେଇଛୁ । ଏହା ଆଗାମୀ ପିଢୀର ଝିଅମାନଙ୍କୁ ସଶକ୍ତ କରିବାର ଏକ ମାଧ୍ୟମ ହେବ ।