ଚୀନକୁ ନେଇ ବଡ ବୟାନ ଦେଲେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ । କହିଲେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଠୁଳ କରୁଛି ଚୀନ

161

କନକ ବ୍ୟୁରୋ : ପୂର୍ବ ଲଦାଖରେ ଉତେଜନା କମିଥିଲେ ମଧ୍ୟ ସୈନ୍ୟ ସଂଖ୍ୟା କମ କରାଯିବ ନାହିଁ । ଚୀନ ଉପରେ ନଜର ରଖିବା ପାଇଁ ସୈନ୍ୟର ଆବଶ୍ୟକତା ରହିଛି ବୋଲି ସ୍ଥଳସେନ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି । ଗତ ତିନି ବର୍ଷ ହେବ ପୂର୍ବ ଲଦାଖରେ ଲାଇନ ଅଫ ଆକଚ୍ୟୁଆଲ କଂଟ୍ରୋଲରେ ସୁରକ୍ଷାବଳ ସଫଳତା ସହ ନିଜର ଦାୟିତ୍ୱ ତୁଲାଇଛନ୍ତି ସେନା । ଅନ୍ୟପଟେ ଚୀନ ଏବେବି ଏଲଏସିରେ ବହୁ ସଂଖ୍ୟାରେ ସୈନ୍ୟ ନିୟୋଜିତ ରଖିଛି । ଏଲଏସିରେ ସ୍ଥିତି ସ୍ଥିର ଥିଲେ ମଧ୍ୟ ଡ୍ରାଗନ ଜଗିବା ଓ ଅତି ନିକଟରୁ ସୀମା ଉପରେ ନଜର ରଖିବାର ଆବଶ୍ୟକତା ରହିଛି ବୋଲି ଏକ କନକ୍ଲେଭରେ ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ କହିଛନ୍ତି । ତେବେ ସୀମାରେ ସ୍ଥିତି ସ୍ଥିର ଥିଲେ ମଧ୍ୟ ଚୀନ ସେନା ନ କମାଇ ଗୁଇନ୍ଦାଗିରି କରୁଛି । ତେଣୁ ପୂର୍ବ ଲଦାଖରେ ଅଧିକ ସୈନ୍ୟ ନିୟୋଜିତ ଦରକାର । ପୂର୍ବ ଲଦାଖର ସମସ୍ତ ହଟସ୍ପଟ ଏରିଆରେ ଭାରତୀୟ ଜବାନ ନିୟୋଜିତ ଅଛନ୍ତି । । ଯେ ପର୍ଯ୍ୟନ୍ତ ଏଲଏସିରେ ପୂର୍ବାବସ୍ଥା ନ ଫେରିଛି ସେ ଯାଏଁ ସୁରକ୍ଷାବଳ ସ୍ଥିତି ଉପରେ ନଜର ରହିବ ବୋଲି ସେନା ମୁଖ୍ୟ କହିଛନ୍ତି । ଅନ୍ୟପଟେ ଚୀନ ସେନା ନ କମାଇବା ସହ ସୀମାରେ କନଷ୍ଟ୍ରକ୍ସନ ,ହେଲିପ୍ୟାଡ଼ ଆଦି ନିର୍ମାଣ କାମ ଚଳାଇଛି ଚୀନ ।