କନକ ବ୍ୟୁରୋ : ରବିବାର ଷଷ୍ଠ ପର୍ଯ୍ୟାୟ ମତଦାନ ଥିବା ବେଳେ ଅନେକ ବଡ଼ ବଡ଼ ନେତା ଏବଂ ଅଭିନେତା ପୋଲିଂ ବୁଥ୍କୁ ଯାଇ ମତଦାନ କରିଥିବା ଦେଖାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଭିଣୋଇ ରବର୍ଟ ଭଦ୍ରା ଦିଲ୍ଲୀରେ ମତଦାନ କରିଥିବା ବେଳେ ପ୍ରିୟଙ୍କାଙ୍କ ପୁଅ ମତଦାନ କରି ନ ଥିବା ଜଣା ପଡ଼ିଛି । ପ୍ରିୟଙ୍କାଙ୍କ ପୁଅ ରେହାନଙ୍କୁ ୧୯ବର୍ଷ ହୋଇ ସାରିଥିବା ବେଳେ ସେ ଚଳିତ ବର୍ଷ ନିଜର ପ୍ରଥମ ମତଦାନ କରିଥାନ୍ତେ । କିନ୍ତୁ ତାଙ୍କୁ ପରିବାର ସହ ଦେଖିବାକୁ ମିଳି ନ ଥିଲା ।
/kanak/media/post_attachments/wp-content/uploads/2019/04/Capture-8.png)
ଏହାର କାରଣ ପଚରାଯିବା ପରେ, ରେହାନ ଭାରତରେ ନାହାନ୍ତି, ସେ ପଢ଼ିବା ପାଇଁ ଲଣ୍ଡନ ଫେରି ଯାଇଛନ୍ତି ବୋଲି କହିଥିଲେ ପ୍ରିୟଙ୍କା । ପୂର୍ବରୁ ପ୍ରିୟଙ୍କା କିଛି ନିର୍ବାଚନୀ ସଭାକୁ ପୁଅ ରେହାନ ଏବଂ ଝିଅ ମିରାୟାକୁ ନେଇ ଯାଇଥିବାର ଦେଖାଯାଇଥିଲା । ତେବେ ଏତେ ପ୍ରଚାର କରିବା ସହ ଲୋକମାନଙ୍କୁ ମତଦାନ କରିବାକୁ କହୁଥିବା ପ୍ରିୟଙ୍କାଙ୍କ ପୁଅ ମତଦାନ କରି ନଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।