ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ।

Advertisment
ନେତା ବାଛିବାକୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଦିନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ଦିନ ସାଢେ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ବହ୍ମପୁରଠାରେ ଅପରାହ୍ନ ୩ଟା ସୁଦ୍ଧା ୫୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି ମୋହନାରେ ୫୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ପାରଳାଖେମୁଣ୍ଡି ଠାରେ ୫୧.୮୫ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଛି । ନବରଙ୍ଗପୁର ଲୋକସଭା ଏବଂ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ସେହିପରି କଳାହାଣ୍ଡି ଲୋକସଭା ଓ ଏହା ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ରରେ ୫୩ ପ୍ରତିଶତ ମତଦାନ ହୋଇଛି । ସେପଟେ କୋରାପୁଟ ଲୋକସଭା ଓ ଏହା ଅଧୀନରେ ଥିବା ୭୭ଟି ବିଧାନସଭା ଆସନରେ ୫୫ ପ୍ରତିଶତ ମତଦାନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe