ଘସିପୁରାରେ ସାଇଁ ସାଇଁ ଗଡୁଛି ‘ଅଟୋ’ । ପ୍ରାରମ୍ଭିକ ଟ୍ରେଣ୍ଡରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ।

454

କନକ ବ୍ୟୁରୋ: ଆସୁଛି ଟ୍ରେଣ୍ଡ, ବଦଳୁଛି ଅଙ୍କ । ଟ୍ରେଣ୍ଡ କାହାକୁ ଟେନସନ ଦେଉଥିବା ବେଳେ କାହା ମନରେ ଖୁସି ଭରିଛି । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡ ଅନୁଯାୟୀ ବିଜେପି-୪୭ ଆସନରେ ଆଗୁଆ ଥିବା ବେଳେ ବିଜେଡି-୨୮ଟି ଆସନରେ ପଛରେ ପଡିଛି । ଏବଂ କଂଗ୍ରେସ-୬ଟି ଆସନରେ ଅଛି

ସେପଟେ ଘସିପୁରାର ଟ୍ରେଣ୍ଡ ସମସ୍ତଙ୍କୁ ଚମକାଇ ଦେଇଛି । ଏଯାଏଁ ସ୍ୱାଧିନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗରେ ଅଛନ୍ତି । ୩ୟ ରାଉଣ୍ଡ ସୁଦ୍ଧା ସୌମ୍ୟ ରଞ୍ଜନ ୬୮୫ ଭୋଟରେ ଆଗୁଆ ଥିବା ବେଳେ ବିଜେଡି ଗଡରେ ଅଟୋ ଗଡିବାର ସଂକେତ ମିଳିଛି । ତେବେ ନିର୍ବାଚନ ବେଳେ ଘସିପୁରା ଚର୍ଚ୍ଚାରେ ଥିଲା । ହିଂସାର ଖବର ବାରମ୍ବାର ଆସୁଥିଲା । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଘସିପୁରାରେ ଭିନ୍ନ ମାହୋଲ ସୃଷ୍ଟି କରିଛି ।