ମାର୍ଚ୍ଚ ୧୩ ପରେ ଘୋଷଣା ହୋଇପାରେ ଲୋକସଭା ନିର୍ବାଚନ ତାରିଖ । ୭ ରୁ ୮ ପର୍ଯ୍ୟାୟରେ ମତଦାନ ହେବା ସମ୍ଭାବନା

505

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ନେଇ ବଡ଼ ସୂଚନା । ମାର୍ଚ୍ଚ ୧୩ ତାରିଖ ପରେ ଯେକୌଣସି ସମୟରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ୭ କିମ୍ବା ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି ନିର୍ବାଚନ କମିସନର । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ତାରିଖ ଘୋଷଣା ହେବା ନେଇ ସୂଚନା ମିଳିଛି । ଏବେ ନିର୍ବାଚନ କମିସନ ତାମିଲନାଡୁ ଜିଲ୍ଲା ଗସ୍ତ କରିଥିବା ବେଳେ ଏହାପରେ ଉତରପ୍ରଦେଶ ଓ ଜମ୍ମୁ କାଶ୍ମୀର ଗସ୍ତ କରିବେ । ମାର୍ଚ୍ଚ ୧୩ ପୂର୍ବରୁ ସମସ୍ତ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ଶେଷ ହେବ । ତେଣୁ ମାର୍ଚ୍ଚ ୧୩ ତାରିଖ ପରେ ର୍ନିବାଚନ ତାରିଖ ଘୋଷଣା ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଚଳିତ ଥର ନିର୍ବାଚନ କମିସନ ଏଆଇର ବ୍ୟବହାର କରିବାକୁ ଯୋଜନା କରୁଥିବା ମଧ୍ୟ ଜଣାପଡ଼ିଛି ।