କନକ ବ୍ୟୁରୋ: ବାଲେଶ୍ୱରରେ ଜାରି ରହିଛି ବିଜେପିର ଦବଦବା । ପ୍ରତାପ ଷଡଙ୍ଗୀଙ୍କ ସପକ୍ଷରେ ଯାଉଛି ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପିର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗରେ ଥିବା ବେଳେ ବିଜେଡିର ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ପଛରେ ପଡିଛନ୍ତି ଏବଂ କଂଗ୍ରେସର ଶ୍ରୀକାନ୍ତ ଜେନା ମଧ୍ୟ ପଛରେ ପଡିଛନ୍ତି । ତେବେ ୪୦ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବା ପ୍ରତାପ ଏଥର ପୁଣି ବାଲେଶ୍ୱରରେ ଇତିହାସ ଦୋହରାଇ ପାରନ୍ତି ।
ସେପଟେ ବାଲେଶ୍ୱର ସଦର ବିଧାନସଭା ଆସନରେ ବି ବିଜେପି ଆଗରେ ରହିଛି । ବିଜେପି ପ୍ରାର୍ଥୀ ମାନସ ଦତ୍ତ, ବିଜେଡିର ସ୍ୱରୂପ ଦାସଙ୍କ ଠାରୁ ବହୁ ଆଗରେ ରହି ଚାଲିଛନ୍ତି । ତେବେ ଆଉ କିଛି ସମୟର ଅପେକ୍ଷା । ଗଣତି ସରିବା ପରେ ହିଁ ଜଣା ପଡିବ ବାଲେଶ୍ୱରରେ କିଏ ମାରୁଛି ବାଜି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/3_1.jpg)