ଓଡିଶାରେ ସମାନ ସ୍ଥିତିରେ ବିଜେଡି ଓ ବିଜେପି: ୪ ଲୋକସଭା ଆସନରୁ ୨ ଆସନରେ ବିଜେଡି ଓ ୨ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ

Advertisment
ଓଡିଶାରେ ସମାନ ସ୍ଥିତିରେ ବିଜେଡି ଓ ବିଜେପି: ୪ ଲୋକସଭା ଆସନରୁ ୨ ଆସନରେ ବିଜେଡି ଓ ୨ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ

କନକ ବ୍ୟୁରୋ: ଆସିଲା ଓଡିଶାର ଭୋଟ ଗଣତି ଟ୍ରେଣ୍ଡ । ଓଡିଶାରେ ସମାନ ସ୍ଥିତିରେ ବିଜେଡି ଓ ବିଜେପି ଓଡିଶାରେ । ୪ ଲୋକସଭା ଆସନରୁ ୨ ଆସନରେ ବିଜେଡି ଓ ୨ ଆସନରେ ବିଜେପି ପ୍ରାର୍ଥୀ ଆଗୁଆ । ସକାଳ ୮ଟା ବେଳେ ରାଜ୍ୟର ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଗଣତି ଆରମ୍ଭ ହୋଇଛି। ଭୋଟ ଗଣତିକୁ ନେଇ ସାରା ରାଜ୍ୟରେ ସରଗରମ ସ୍ଥିତି ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ରାଉଣ୍ଡରେ କଂଗ୍ରେସ୍ ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝି ନବରଙ୍ଗପୁରରେ ଆଗୁଆ ଥିବା ବେଳେ ବଲାଙ୍ଗୀରରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗୁଆ ଅଛନ୍ତି। ଠିକ୍ ସେହିପରି ଢ଼େଙ୍କାନାଳରେ ବି.ଜେପି ପ୍ରାର୍ଥୀ ରୁଦ୍ର ନରାରାୟଣ ପାଣି ଆଗରେ ରହିଛନ୍ତି।

ଅନ୍ୟପଟେ, ତୃତୀୟ ରାଉଣ୍ଡ ସୁଦ୍ଧା ନବରଙ୍ଗପୁରରେ ଆଗୁଆ ରହିଛି ବିଜେଡି । ବିଜେଡି ଲୋକସଭା ପ୍ରାର୍ଥୀ ରମେଶ ମାଝି ୫ ହଜାର ୩୦୦ ଭୋଟରେ ଆଗୁଆ ଅଛନ୍ତି । ଭଞ୍ଜନଗରରେ ବିଜେଡି ଆଗୁଆ ଭଞ୍ଜନଗରରେ ବିଜେଡି ଆଗୁଆ । ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ୪୨୩ ଭୋଟରେ ଆଗୁଆ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe