ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି

132

କନକ ବ୍ୟୁରୋ : କରୋନା ସଂକ୍ରମଣ ଦେଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମେ ୧୫ ଯାଏଁ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଶ୍ରୀନ୍ଦିରର ଦର୍ଶନ ପାଇଁ ନୂଆ ଏସଓପି ନିର୍ଦ୍ଧାରଣ କରିବାକୁ ଆଜି ବୈଠକ ବସିଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଭର୍ଚୁଆଲରେ ବୈଠକରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ଓ ଛତିଶାନିଯୋଗ ସେବାୟତ ଯୋଗ ଦେଇଥିଲେ । ବୈଠକରେ ସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ଛତିଶାନିଯୋଗର ସମସ୍ତ ସେବାୟତ । ଏହାଛଡା ଗତ ବର୍ଷ ଅପେକ୍ଷା କୋଭିଡ କ୍ଷତିପୂରଣ ବୃଦ୍ଧି କରି ଦେବା ପାଇଁ ସେବାୟତ ଦାବି କରିଛନ୍ତି । ତେବେ ସମସ୍ତ ସ୍ଥିତିକୁ ଆଖିରେ ରଖି ଆସନ୍ତା ମେ ୧୫ ତାରିଖ ଯାଏଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।