ଅଭିନେତା ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ୪ବର୍ଷ ବ୍ୟବଧାନ ପରେ ବଡ଼ ପରଦାକୁ ପୁଣି ଫେରିବାକୁ ଯାଉଛନ୍ତି। ବଲିଉଡ କପଲ ନିଜର ଆଗାମୀ ଅପକମିଂ ମରାଠୀ ମୁଭି ‘ମୌଲି’ ଜରିଆରେ ବଡ ପରଦାରେ ଜଲୱା ଦେଖାଇବାକୁ ଯାଉଛନ୍ତି। ତେବେ ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ରିତେଶ ଓ ଜେନେଲିଆଙ୍କ ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଲାଗି ରହିଛି ।

Advertisment

୪ ବର୍ଷ ପୂର୍ବରୁ ଜେନେଲିଆ ରିତେଶଙ୍କ ପ୍ରଥମ ମରାଠୀ ଫିଲ୍ମ ‘ଲାଇ ଭାରୀ’ ମାଧ୍ୟମରେ ଡେବ୍ୟୁ କରିଥିଲେ । ସିନେମା ‘ତେରେ ନାଲ ଲଭ ହୋ ଗୟା’, ‘ତୁଝେ ମେରି କସମ’ ଓ ‘ମସ୍ତି’ ଜରିଆରେ ରିତେଶ ଦେଶମୁଖଙ୍କ ବିପକ୍ଷରେ ଜେନେଲିଆ ଅଭିନୟ କରି ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଏହି ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପ୍ରାୟ ୯ବର୍ଷ ଉଭୟ ଡେଟ କରିବା ପରେ ୨୦୧୨ ଫେବୃୟାରି ୩ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

publive-image

ରବିବାର ରିତେଶ ନିଜର ପ୍ରଶଂସକଙ୍କୁ ଅପକମିଂ ଗୀତର ଭିଡିଓକୁ ସେୟାର କରିଛନ୍ତି । ଏହି ନୂଆ ଗୀତ ‘ଧୁବୁନ ତକ୍..’ ରେ ତାଙ୍କର ଧର୍ମପତ୍ନୀ ଜେନେଲିଆ ଅଭିନୟ କରିଛନ୍ତି । ଏହି ଫିଲ୍ମ ଜରିଆରେ ସେ ପୂର୍ବ ପରି ଦର୍ଶକଙ୍କୁ ତାଙ୍କର ଅଭିନୟର ଯାଦୁ ଦେଖାଇବେ ବୋଲି ଟୁଇଟ ମଧ୍ୟ କରିଛନ୍ତି।