୨୦୧୬ ସେପ୍ଟେମ୍ବରରେ କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକର ହିରୋ ଲେଫ୍ଟିନାଣ୍ଟ୍ ଜେନେରାଲ୍ (ଅବସରପ୍ରାପ୍ତ) ଡି.ଏସ୍ ହୁଡ୍ଡା କଂଗ୍ରେସର ମେନିଫେଷ୍ଟୋରେ AFSPA  ହଟାଇବା ପରେ ନିଜର ମତ ରଖିଥିଲେ । ସେ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ ଯେ ରିପୋର୍ଟରେ AFSPA  ରେ ତାଙ୍କ ବିଷୟରେ କିଛି ଉଲ୍ଲେଖ ନାହିଁ ଏବଂ ନା କାଶ୍ମୀର ଘାଟିରେ ଜରୁରୀ ସୈନିକଙ୍କ ସଂଖ୍ୟା ବିଷୟରେ କୁହାଯାଇଛି । ତେବେ ଆପଣଙ୍କୁ କହିରଖୁଛୁ କିଛି ଦିନ ପୂର୍ବରୁ ଡି.ଏସ୍ ହୁଡ୍ଡା କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କୁ ୪୨ ପୃଷ୍ଠାର ଏକ ରାଷ୍ଟ୍ରୀୟ ସୁରକ୍ଷା ବିସ୍ତୃତ ଭିଜନର ଏକ ଦସ୍ତାବିଜ୍ ପଠାଇଥିଲେ । ଏଭଳି କୁହାଯାଉଛି ଯେ ଜେନେରାଲ୍ ହୁଡ୍ଡାଙ୍କ କହିବାପରେ ହିଁ କଂଗ୍ରେସ ନିଜର ମେନିଫେଷ୍ଟୋରେ AFSPA ରେ ପରିବର୍ତ୍ତନ ଏବଂ ରାଷ୍ଟ୍ରଦ୍ରୋହର ଧାରାରେ ପରିବର୍ତ୍ତନର କଥା କହିଥିଲେ ।

Advertisment

publive-image

କଂଗ୍ରେସର ଘୋଷଣା ପତ୍ରରେ ଗୁରୁବାର ପିଏମ୍ ମୋଦି ନିଜର ମତ ରଖିଥିଲେ । କୋଲକାତାରେ ଏକ ରାଲିରେ ସେ କହିଥିଲେ କଂଗ୍ରେସ ନିଜର ଘୋଷଣା ପତ୍ରରେ ମିଛ ଛଡା ଆଉ କିଛି ରଖିନାହିଁ । ମୁଁ ସେହି ଆଇନକୁ ହଟାଇବାର କଥା କହିଛି ଯେଉଁଥିରେ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରେ ଆମର ସୁରକ୍ଷାବଳଙ୍କ ସୁରକ୍ଷା କରୁଛନ୍ତି । ସେ କହିଛନ୍ତି ଏହି ଆଇନ୍ ହଟାଇବାର ଫାଇଦା ପାକିସ୍ତାନକୁ ହେବ ଏବଂ କଂଗ୍ରେସ ଆତଙ୍କ ଆଗରେ ସବୁବେଳେ ନତଜାନୁ ହେଉଛି ।