କନକ ବ୍ୟୁରୋ: ମିଥୁନ ଭୋଇ । ଓଡିଆ ଫିଲ୍ମରେ ଜଣେ ଜୁନିୟର ଫାଇଟର ଭାବେ କାମ କରୁଥିବା ଏହି ଯୁବକଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସୋସିଆଲ ମିଡିଆରେ ନକଲି ଆକାଂଉଟ ଖୋଲି ଏଆଇ ସଫଟୱେର ଦ୍ୱାରା ବିଭିନ୍ନ ଅଭିନେତ୍ରୀଙ୍କ ସହ କଥା ହେଉଥିଲା ମିଥୁନ ଭୋଇ । ଅଭିନେତ୍ରୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ମିଛ ପ୍ରଯୋଜକ ସାଜିଥିବା ମିଥୁନ ଭୋଇ ଗିରଫ ପରେ ସାମ୍ନାକୁ ଆସିଛି ପୂରା କାହାଣୀ । ନକଲି ଆଇଡିରୁ ଅଭିନେତ୍ରୀଙ୍କୁ ମେସେଜ କରୁଥିବା ମାମଲାରେ ଗିରଫ ହୋଇଛି ଅଭିଯୁକ୍ତ ମିଥୁନ ଭୋଇ । ଅଭିନେତ୍ରୀ ଓ ନବାଗତାଙ୍କୁ ଫିଲ୍ମ ଦେବାର ପ୍ରଲୋଭନ ଦେଖାଇ ପ୍ରଯୋଜକ ସଂଜୟ ନାୟକଙ୍କ ନାଁରେ ଠକେଇ କରୁଥିଲା ଅଭିଯୁକ୍ତ ମିଥୁନ ଭୋଇ । ସଂଜୟ ନାୟକଙ୍କ ନାଁରେ ଫେକ୍ ହ୍ୱାଟସଅପ୍ କରି ଚାଟ କରୁଥିଲା ।

Advertisment

ମିଥୁନ ଭୋଇ ସୋସିଆଲ ମିଡିଆରେ ପ୍ରଯୋଜକଙ୍କ ନାଁରେ ଫେକ୍ ଆଇଡି କରି ଅଭିନେତ୍ରୀଙ୍କ ସହ କଥା ହେଉଥିଲା ।

-ଚାଟରେ ମିଥୁନ ଓଲିଉଡର ବିଭିନ୍ନ ପ୍ର ଯୋଜକଙ୍କ ପାଖଲୋକ ବୋଲି କହୁଥିଲା
-ଅଭିନେତ୍ରୀଙ୍କୁ ଫିଲ୍ମରେ ବ୍ରେକ ଦେବ ବୋଲି କହି କଥାବାର୍ତା କରୁଥିଲା
-ବର୍ଷେ ହେଲା ଫେକ୍ ସୋସିଆଲ ମିଡିଆ ଆଇଡି କରି କଥା ହେଉଥିଲା

ଏପରିକି ପ୍ରତିଷ୍ଠିତ ପ୍ରଯୋଜକ ସୁଧାଂଶୁ ସାହୁ ଓ ସଂଜୟ ନାୟକଙ୍କ ଫଟୋ ଲଗାଇ ହ୍ୱାଟ୍ସଆପରେ ଚାଟ୍ କରୁଥିଲା ଅଭିଯୁକ୍ତ ମିଥୁନ । ଅଭିଯୁକ୍ତ ମିଥୁନ ଭୋଇ ବିରୋଧରେ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଓ ପ୍ରଯୋଜକ ସଂଜୟ ନାୟକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି କଟକର ଏକ ସୁଟିଂ ସେଟରୁ ମିଥୁନକୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ମିଥୁନ ଭୋଇକୁ ସଦର ଥାନା ପୋଲିସ ଗିରଫ କରିବା ପରେ ସିଆରପିସି ୪୧ ଧାରାରେ ନୋଟିସରେ ଛାଡିଛି ପୋଲିସ । କରୋନା ପରେ ନିଜ ପରିଚୟ ପାଇଁ ଓଲିଉଡ ସଂଘର୍ଷ କରୁଥିବାବେଳେ ଜଣେ ଜୁନିୟର ଫାଇଟରଙ୍କ ଏଭଳି କାରନାମା ଚର୍ଚ୍ଚାର ବିଷୟ ହୋଇଛି ।