କନକ ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକନ ଓ ସିଦ୍ଦାର୍ଥ ଚତୁବେର୍ଦୀଙ୍କ ଅଭିନୀତ ଫିଲ୍ମ ଗେହେରାଇଆଁର ଟ୍ରେଲର ରିଲିଜ ହୋଇଛି । ଶକୁନ ବାତ୍ରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଦୀପିକା ପାଦୁକନ, ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ଅନନ୍ୟା ପାଣ୍ଡେ ଓ ଧୈର୍ଯ୍ୟ କରୱା ଆଦି ପ୍ରମୁଖ ଭୁମିକାରେ ନଜର ଆସିବେ । ସେହିପରି ନଶିରୁଦ୍ଦିନ ସାହା ଓ ରଜତ କପୁର ମଧ୍ୟ ବରିଷ୍ଠ ଭୁମିକାରେ ନଜର ଆସି ଦର୍ଶକଙ୍କ ମନ ଜିଣିବେ ।
ଗେହେରାଇଆଁ ଚଳଚିତ୍ରଟି ଆଜିକାଲିର ସମ୍ପର୍କକୁ ନେଇ ତିଆରି ହେଇଛି ଯେଉଥିରେ ସମ୍ପର୍କରେ ଭିତରେ ସମସ୍ୟା ଗୁଡିକୁ ଦେଖାଯାଇଛି । ଆମାଜନ ପ୍ରାଇମ ଭିଡିଓ ପ୍ଲାଟଫର୍ମରେ ରିଲିଜ ହୋଇଥିବା ଏହି ଟେଲରେ ଦର୍ଶକ ମାନେ ବେସ ଭଲପାଇବା ଦେଇଛନ୍ତି । ଏ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରକୁ ୨୦ ଲକ୍ଷରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୧ ତାରିଖରେ ଭାରତ ସମେତ ୨୪୦ ଟି ଦେଶରେ ରିଲିଜ ହେବ ଫିଲ୍ମ ଗେହେରାଇଆଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/1010791-fotojet-2021-12-20t112805.181.jpg)