ଆଜି ବସୁଛି ରାଜସ୍ଥାନ ବିଧାନସଭା ଅଧିବେଶନ : କଂଗ୍ରେସ ନିଜ ଆଡୁ ଆଣିବ ଆସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ବୈଠକ ପରେ ସୂଚନା, ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ରାହୁଲ ଏବଂ ପ୍ରିୟଙ୍କାଙ୍କ ସହ ସାକ୍ଷାତ ପରେ ସଚିନ୍ ପାଇଲଟଙ୍କୁ ପାଛୋଟି ନେଇଥିଲେ ଅଶୋକ ଗେହେଲଟ

107

କନକ ବ୍ୟୁରୋ : ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପୂର୍ବରୁ ଆସ୍ଥା ପ୍ରସ୍ତାବ ପାଇଁ ଏତେଟା ସହମତି ଦେଖାଉନଥିବା ଅଶୋକ ଗେହେଲଟ ଏବେ ଆଭିମୁଖ୍ୟରେ ପରିବର୍ତନ ଆଣିଛନ୍ତି । ଆଜି ରାଜସ୍ଥାନ ବିଧାନସଭା ଅଧିବେଶନରେ କଂଗ୍ରେସ ନିଜ ଆଡୁ ଆସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି । ଅଧିବେଶନ ପୂର୍ବରୁ ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । ଏହି ବୈଠକରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟ ଏବଂ ଅନ୍ୟ ବିଧାୟକମାନେ ଯୋଗ ଦେଇଥିଲେ । ବୈଠକରୁ ଏହା ଜଣାପଡିଛି ଯେ ଗେହେଲଟଙ୍କ ସହ ମିଶି ସଚିନ ପାଇଲଟ ପୁଣିଥରେ କାମ କରିବେ । ସେପଟେ ବିଜେପି ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ସାକ୍ଷାତ କରିଛି । ଆଜି ବିଜେପି ଗେହଲଟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି କହିଛି । ତେବେ ବିଧାୟକ ଦଳ ବୈଠକରେ ଗେହେଲଟ ନିଜ ଆଡୁ ପ୍ରଥମେ ଆସ୍ଥା ପ୍ରସ୍ତାବ ଆଣିବେ ବୋଲି  ନିଷ୍ପତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି, ଅତିତରେ କଣ ହୋଇଛି, ସେକଥା ସମସ୍ତେ ଭୁଲିଯିବା ଦରକାର । ସେମାନଙ୍କୁ ସଂଖାଗରିଷ୍ଠତାର ପ୍ରମାଣ ଦେବାର ଅଛି । ପୂର୍ବରୁ ୧୯ ବିଧାୟକଙ୍କୁ  ଛାଡି ସଂଖ୍ୟା ଗରିଷ୍ଠତାର ପ୍ରମାଣ  ଦେବାକୁ ପଡିଥାନ୍ତା । କିନ୍ତୁ ତାହା ଏକ ଖୁସିର ମୁହୁର୍ତ ହୋଇନଥାନ୍ତା । ଯଦି କୌଣସି ବିଧାୟକଙ୍କର କିଛି ବି ଅଭିଯୋଗ ଅଛି, ଏହାର ନିଶ୍ଚିତ ସମାଧାନ କରାଯିବ । ବ୍ୟକ୍ତିଗତ ଭାବେ ତାଙ୍କୁ ଭେଟି ଆଲୋଚନା କରିପାରିବେ ବୋଲି ଗେହେଲଟ କହିଛନ୍ତି ।