କନକ ବ୍ୟୁରୋ : ଉତ୍ତରାଖଣ୍ଡର ଗୀତିକାଙ୍କ ଆଇଏଫଏସ ପାଇବାର ଯାତ୍ରା ବେଶ୍ ରୋଚକପୂର୍ଣ୍ଣ । ସରକାରୀ ଅଫିସର ହେବାକୁ ସେ ଚଲାଇଥିବା ପ୍ରୟାସ ସମୟରେ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିଥିଲା । ଏବେ ସେ ଗର୍ବର ସହ ତାଙ୍କ ଜୀବନଯାତ୍ରାର କାହାଣୀ ୟୁପିଏସସି ଅଶାୟୀଙ୍କ ସହ ସେୟାର କରୁଛନ୍ତି । ସେ ଆଶା କରିଛନ୍ତି କି ଆଶାୟୀଙ୍କୁ ପ୍ରେରଣା ମିଳିଲେ ସେମାନେ ବିନା ଅଟକିବାରେ ନିଜର ଲକ୍ଷ୍ୟସ୍ଥଳ ହାସଲ କରିବାକୁ ପରିଶ୍ରମ ଜାରି ରଖିବେ ।

Advertisment

ଗୀତିକା ଉତ୍ତରାଖଣ୍ଡର ନୈନିତାଲ ବାସିନ୍ଦା । ୨୦୨୧ ମସିହାରେ ସେ ଗୁପ୍ତେର ଠାରେ ନୂଆ ବର୍ଷ ପାଳନ କରୁଥିବା ବେଳେ ଗମ୍ଭୀରତାର ସହ ପାଠ ପଢିବାକୁ ନିଷ୍ପତ୍ତି ନେଇଥିଲେ । ସେ ଏକାଗ୍ରତାର ସହ ପାଠ ପଢିବା ମଧ୍ୟ ଆରମ୍ଭ କରିଦେଇଥିଲେ । ହେଲେ ସୋସିଆଲ ମିଡିଆରେ ସେ ଅଧିକ ଆକ୍ଟିଭ ରହିବା ଫଳରେ ପାଠପଢାରୁ ତାଙ୍କ ଧ୍ୟାନ ହଟିଯାଉଥିଲା । ଏହାକୁ ନଜରରେ ରଖି ଜାନୁଆରୀ ୧୫ ତାରିଖ ୨୦୨୧ ମସିହାରେ ସେ ତାଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ନିଷ୍କ୍ରିୟ କରିଦେଇଥିଲେ ।

ଏହାପରେ ଗୀତିକା ନିଜ ପାଠ ପଢିବା ସମୟକୁ କିଛି ଘଣ୍ଟା ବଢାଇ ଦେଇଥିଲେ ବି ନିଜ ଆଗରେ ପୁଣିଏକ ଚ୍ୟାଲେଞ୍ଜ ଆସିଥିଲା । ସେ ନିଜ ପରିବାର, ପରିବାରର ପର୍ବପର୍ବାଣୀ, ସାଂଗ ସାଥୀ ଏକାଠି ହେବା ଏହାକୁ ନେଇ ବେଶ୍ ଡିଷ୍ଟର୍ବ ହେଉଥିଲେ । ୨୦୨୧ ମସିହା ଫେବୃଆରୀ ୧୮ ତାରିଖରେ ସେ ଶେଷଥର ପାଇଁ ପରିବାର ଫଙ୍କସନରେ ଯୋଗ ଦେଇଥିଲେ । ଏହାପରେ ସେ ନିଜକୁ ଏକୁଟିଆ ରଖିବା ଆରମ୍ଭ କରିଦେଇଥିଲେ ।

୨୦୨୧ ମସିହାରେ ୟୁପିଏସସି ପରୀକ୍ଷା ଜୁନ ମାସ ୨୧ ତାରିଖରେ ଥିଲା ଓ ଗୀତିକାଙ୍କ ପରୀକ୍ଷା କେନ୍ଦ୍ର ଦିଲ୍ଲୀରେ ପଡିଥିଲା । ଗୀତିକା ଏପ୍ରିଲ ମାସରୁ ଦିଲ୍ଲୀ ଆସିଯାଇଥିଲେ । କାରଣ ଏକଟିଆ ରହିଲେ ଅଧିକ ସମୟ ପଢିହେବ ବୋଲି ସେ ଭାବୁଥିଲେ । ଏହି ସମୟରେ ତାଙ୍କ ପରିବାରରେ ଏମିତି କିଛି ଘଟୁଥିଲା ଯାହାକି ତାଙ୍କୁ ବିଚଳିତ କରୁଥିଲା । ଦିଲ୍ଲୀ ଆସିବା ପରେ ଶରୀର ମସ୍ତିସ୍କକୁ ସନ୍ତୁଳିତ ରଖିôବାକୁ ସେ ବ୍ୟାୟାମ କରିବା ଆରମ୍ଭ କରିଦେଇଥିଲେ । ଠିକ୍ ଏହି ସମୟରେ ୟୁପିଏସସି ପ୍ରିଲିମ୍ସ ପରୀକ୍ଷା ସ୍ଥଗିତ ହୋଇଥିବାର ସୂଚନା ମିଳିଥିଲା । କୋଭିଡର ଦ୍ୱିତୀୟ ଲହର ଅର୍ଥାତ ମେ ୨୦୨୧ରେ ସେ ପୁଣି ନିଜ ସହର ନୈନିତାଲ ଫେରିଯାଇଥିଲେ ।

ପରୀକ୍ଷା ତାରିଖ ବଦଳିବା ପରେ ଗୀତିକା ନିଜର ପରୀକ୍ଷା ସେଣ୍ଟର ଦିଲ୍ଲୀରୁ ଓଲ୍ମୋଡକୁ ବଦଳାଇ ଦେଇଥିଲେ । ଏହି ପରୀକ୍ଷା କେନ୍ଦ୍ର ତାଙ୍କ ଘରଠାରୁ ଅଳ୍ପ କିଛି ଦୂରରେ ରହିଥିଲା । ୨୦୨୧ ଅକ୍ଟୋବର ୧୦ ତାରିଖରେ ସେ ପ୍ରିଲିମ୍ସ ଦେବା ପରେ ଅକ୍ଟୋବର ୧୩ ତାରିଖରୁ ସେ ୟୁପିଏସି ମ୍ୟାନ୍ସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ୟୁପିଏସସି ପ୍ରିଲିମ୍ସ ପାସ କରିବା ପରେ ଗୀତିକା ଆନସର ରାଇଟିଂ ଓ ଟାଇମ୍ ମ୍ୟାନେଜମେଣ୍ଟ ଉପରେ ଫୋକସ କରିଥିଲେ । ଏହି ସମୟରେ ଜାନୁଆରୀ ୨୦୨୨ ରେ ଗୀତିକାଙ୍କ ପିତା ଓ ମାତା ଉଭୟଙ୍କର ବଦଳି ହୋଇଥିଲା । ସେମାନଙ୍କ ପରିବାର ଡେରାଡୁନ ଚାଲିଆସିଥିଲେ ଓ ଗୀତିକା ଦିଲ୍ଲୀ ଆସିଥିଲେ । ଦିଲ୍ଲୀର ପାଗ ଥଣ୍ଡା ଥିବାରୁ ଗୀତିକା ଅସୁସ୍ଥ ହୋଇପଡିଥିଲେ । ଏହି ସମୟରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କୁ ପ୍ରେରଣା ଦେଇଥିଲେ । ଏସବୁ ଭିତରେ ସେ ୟୁପିଏସସି ମ୍ୟାନ୍ସ ପାସ୍ କରିଥିଲେ ।