କନକ ବ୍ୟୁରୋ : ବିଷ୍ଣୁ ଦାସ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ କାହାକୁ ରାଜ୍ୟସଭା ପଠାଯିବ ଏ ନେଇ ବିଜେଡି ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । କାହାକୁ ରାଜ୍ୟସଭା ପଠାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡିରେ ରାଜ୍ୟସଭା ଆଶାୟୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାଁ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ଏହା ପଛରେ ବି ଏକ ନିର୍ଦ୍ଦିଷ୍ଟ କାରଣ ରହିଛି । କିଛି ଦିନ ତଳେ ଗୀତା ମେହେଟ୍ଟା ଭୁବନେଶ୍ୱର ଆସିଥିବା ବେଳେ ନବୀନଙ୍କ ସହ ସର୍ବସାଧାରଣରେ ତାଙ୍କୁ ଦେଖିବାକୁ ମିଳିଥିଲା । ଗୀତାଙ୍କ ସହ ମଲକୁ ଯାଇ ବହି କିଣିଥିଲେ ନବୀନ । ଆଉ ସେଠାରେ ଥିବା ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଯାହା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା ।
କିଛି ରାଜନୈତିକ ପଣ୍ଡିତ ଆକଳନ କରୁଛନ୍ତି, ପଂଚାୟତ ନିର୍ବାଚନରେ ବିଜେପିର ସଫଳତାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ନବୀନ । ତେଣୁ ଜଣେ ବିଶ୍ୱସ୍ତ ପରାମର୍ଶଦାତା ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ । ଯେହେତୁ ଭଉଣୀ ଗୀତା ମେହେଟ୍ଟାଙ୍କ ଉପରେ ତାଙ୍କର ଅଗାଧ ବିଶ୍ୱାସ ରହିଛି, ଗୀତାଙ୍କୁ ରାଜ୍ୟସଭାକୁ ପଠାଇପାରନ୍ତି ନବୀନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-19-13h24m06s993.png)