ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର

69

କନକ ବ୍ୟୁରୋ : ବଢିଲା ଅଭିବୃଦ୍ଧି ହାର । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି । ପୂର୍ବ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ରହିଥିଲା । ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଜିଡିପି ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା । ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ସତ୍ତେ୍ୱ ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ ବୋଲି ରଏଟର୍ସ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା । ମାନୁଫ୍ୟାକଚୁରିଂର ଭଲ ପ୍ରଦର୍ଶନ ଯୋଗଁ ଭାରତର ଅଭିବୃ୍ଦ୍ଧି ବଢିଛି ବୋଲି କୁହାଯାଉଛି ।