ଆକ୍ରମଣ ପାଇଁ ୨ ବର୍ଷ ତଳୁ ଯୋଜନା କରିଥିଲା ହମାସ୍ : କେବଳ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରିଥିଲା, ମୋସାଦ୍ ସେମାନଙ୍କ କଲକୁ ଇଣ୍ଟରସେପ୍ଟ କରିପାରିଲା ନାହିଁ

74

ମୋସାଦ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମଧ୍ୟରେ ବହୁତ ଯୋଗାଯୋଗ ଅଛି ଏବଂ ତଥ୍ୟ ଆଦାନପ୍ରଦାନ ହୁଏ କିନ୍ତୁ  ଏଥର ଉଭୟ ଏଜେନ୍ସି ହମାସର ଯୋଜନା ଆଗରେ ଫେଲ ହୋଇଗଲେ ।

୭ ଅକ୍ଟୋବରରେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ହୋଇଥିଲା । ଏହା ପରେ, ଶହ ଶହ ସଂଖ୍ୟାରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କଲେ ଏବଂ ତାଙ୍କ ଆକ୍ରମଣରେ ପ୍ରାୟ ୧୫୦୦  ଇସ୍ରାଏଲୀୟ ନିହତ ହୋଇଥିଲେ । ୨୨୪ ଜଣଙ୍କୁ ବନ୍ଧକ ରଖାଯାଇଥିଲା । ଯେଉଁମାନେ ଏବେ ବି ହମାସ କବଳରେ ଅଛନ୍ତି ।

ଏହି ଆକ୍ରମଣ ପରେ ବିଶ୍ଵର ଅତ୍ୟନ୍ତ ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା ମୋସାଦ ସମାଲୋଚନାର ଶିକାର ହେବାକୁ ଲାଗିଛି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଅକ୍ଟୋବର ୭ ର ବିଫଳତାକୁ ସ୍ୱୀକାର କରିଛନ୍ତି । ପ୍ରଶ୍ନ ହେଉଛି ହମାସ୍ ଏତେ ବଡ ଆକ୍ରମଣକୁ କେମିତି ରୂପ ଦେଇପାରିଲା ?  ଏବଂ ମୋସାଦ ଏହା ବିଷୟରେ କେମିତି କିଛି ସୂଚନା ପାଇବାରେ ବିଫଳ ହେଲା ? ଏବେ କିଛି ଗଣମାଧ୍ୟମ ରିପୋର୍ଟ କହୁଛି ଯେ ହମାସ୍ ଦୀର୍ଘ ସମୟ ଧରି ଏହି ଆକ୍ରମଣର ଯୋଜନା କରିଥିଲା ​​।  ସେମାନେ  ମୋବାଇଲ୍ ଫୋନ୍ ବଦଳରେ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରିଥିଲେ ଯାହାଦ୍ଵାରା ମୋସାଦ ସେମାନଙ୍କ କଥାବାର୍ତ୍ତାକୁ ଧରିପାରିଲାନାହିଁ ।

୨ ବର୍ଷର ଯୋଜନା ଏବଂ ଷଡଯନ୍ତ୍ର

କେତେକ ଟନେଲର ପ୍ରବେଶ ଦ୍ବାର ସର୍ବସାଧାରଣ ବିଲ୍ଡିଂ ମଧ୍ୟରେ ରହିଛି

‘ନ୍ୟୁୟର୍କ ପୋଷ୍ଟ’ ଏବଂ ଅନ୍ୟ କେତେକ ମିଡିଆ ହାଉସ୍ ହମାସର ଯୋଜନା ଏବଂ ପରବର୍ତ୍ତୀ ଆକ୍ରମଣ ବିଷୟରେ ସୂଚନା ସଂଗ୍ରହ କରିଛନ୍ତି । ସେମାନଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ ଆକ୍ରମଣ ପାଇଁ  ହମାସ ଦୁଇ ବର୍ଷ ତଳୁ  ଯୋଜନା ତିଆରି କରିଥିଲା ।  ଯଦିଓ ଗାଜାରୁ ଛୋଟ ରକେଟ୍ କିମ୍ବା ପଥର ଫିଙ୍ଗିବା ଘଟଣା ବାରମ୍ବାର ହୁଏ କିନ୍ତୁ ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣ ଇସ୍ରାଏଲ୍ ଏବଂ ବିଶ୍ୱକୁ ଚକିତ କରିଦେଇଛି ।

ଆକ୍ରମଣ ଯୋଜନା କରିବା ପାଇଁ ହମାସ୍ ଏହାର ଭୂମିତଳ ସୁଡ଼ଙ୍ଗରେ ଥିବା ଲ୍ୟାଣ୍ଡଲାଇନ୍ ଫୋନ୍ ବ୍ୟବହାର କରିଥିଲା । ଏହାର ଦୁଇଟି କାରଣ ଥିଲା | ପ୍ରଥମେ ଲ୍ୟାଣ୍ଡଲାଇନ ଫୋନକୁ ଇଣ୍ଟରସେପ୍ଟ କରିବା କିମ୍ବା କଥାବାର୍ତ୍ତାକୁ ଅଟକାଇବା କଷ୍ଟସାଧ୍ୟ ହୋଇ ନ ପାରେ, କିନ୍ତୁ ଆଜିକାଲି ସେଗୁଡିକ କମ୍ ବ୍ୟବହୃତ ହେଉଥିବାରୁ ମୋସାଦ ଷଡଯନ୍ତ୍ରର ଏହି ଦିଗ  ପ୍ରତି ଧ୍ୟାନ ଦେଇନଥିଲେ ।

ଦ୍ୱିତୀୟ କାରଣ- ଗାଜାରେ ହମାସ ଦ୍ୱାରା ବ୍ୟବହାର କରାଯାଉଥିବା ଟନେଲ ଯୋଗୁଁ ସେଠାରେ ନେଟୱର୍କ ସମସ୍ୟା ରହିଥାଏ | ତା’ପରେ ଇସ୍ରାଏଲର ଉଚ୍ଚ-ବୈଷୟିକ  ଜାମର ମଧ୍ୟ ଅଛି, ଯାହା ଏହି ସେଲୁଲାର୍ ନେଟୱାର୍କକୁ ଆହୁରି କମଜୋର କରିଦେଇଥାଏ ।

୨୦୨୧ ମସିହାରେ ଯେତେବେଳେ ହମାସ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଥିଲା ସେହି ସମୟରେ ସେଠାରୁ ହମାସ ଦ୍ଵାରା ବ୍ୟବହାର କରାଯାଉଥିବା କିଛି ରେଡିଓ ଇସ୍ରାଏଲ ଜବତ କରିଥିଲା । CNN ଦାବି କରିଛି ଯେ ଇରାନରୁ ହାମାସ ରେଡିଓ ଫ୍ରିକ୍ୱେନ୍ସି ସେଟ୍ ପାଇଛି। ଏହିଗୁଡିକ ମୁଖ୍ୟତ ଇରାନ ସେନା ଦ୍ଵାରା ବ୍ୟବହାର କରାଯାଏ ।

କେବଳ ଇସ୍ରାଏଲ ନୁହେଁ, ଆମେରିକା ମଧ୍ୟ ଫେଲ ହେଲା

 

ମୋସାଦ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମଧ୍ୟରେ ବହୁତ ଯୋଗାଯୋଗ ଏବଂ ଗୁପ୍ତଚର ତଥ୍ୟ ଆଦାନପ୍ରଦାନ ହୋଇଥାଏ ।  ଏଥର ଉଭୟ ଏଜେନ୍ସି ହମାସର ଯୋଜନା ଆଗରେ ବିଫଳ ହୋଇଥିଲେ। ହମାସ୍ ଦୁଇଟି କାମ କରିଥିଲା ।  ପ୍ରଥମ- ଯେତେବେଳେ ବି ସେମାନେ ସୁଯୋଗ ପାଇଲେ, ଏହାର ନେତାମାନେ ମୁହାଁମୁହିଁ ଆଲୋଚନା କରୁଥିଲେ । ଦ୍ୱିତୀୟ- ଯଦି ମୁହାଁମୁହିଁ କଥା ହେବାର ସୁଯୋଗ ମିଳିଲା ନାହିଁ ତେବେ କେବଳ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରୁଥିଲେ । ଯାହାକୁ ମୋସାଦ ଧରି ପାରିନଥିଲା ।

ହାମାସର ଏହି ଷଡଯନ୍ତ୍ର କେତେ ସଫଳ ହୋଇଛି ତାହା କହିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ଅକ୍ଟୋବର ୭ ର  ଆକ୍ରମଣ ଏହା  ପ୍ରମାଣିତ କରିଛି ।  ଏଥର ସେ ସମ୍ପୂର୍ଣ୍ଣ ଗୋପନୀୟତା  ବଜାୟ ରଖିବାରେ ସଫଳ ହୋଇଥିଲେ । କୌଣସି ବି ସୂଚନା ଲିକ୍ ହୋଇନଥିଲା ।  କେତେକ ରିପୋର୍ଟ ଏପରିକି ଦାବି କରିଛି ଯେ ଗ୍ରାଉଣ୍ଡ ସ୍ତରରେ ଉପସ୍ଥିତ ହମାସ ସଦସ୍ୟମାନେ ମଧ୍ୟ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କିଛି ବି ଅବଗତ ନଥିଲେ ।

CNN ସହିତ କଥାବାର୍ତ୍ତା କରି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏଥର ସେମାନେ କୌଣସି ବି ଭୁଲ୍ ନକରି ଯୋଜନାକୁ ସଫଳ ରୂପାୟନ କରିପାରିଲେ ।  ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ହମାସର  ପ୍ରଶିକ୍ଷଣକୁ ହାଲୁକା ଭାବେ ଗ୍ରହଣ କରି ଭାବିଥିଲେ ଯେ ଏହା ସର୍ବଦା ଘଟୁଛି । ଏଥର ମଧ୍ୟ କିଛି ଅଲଗା ନୁହେଁ ।

ଇରାନର ସବୁଠାରୁ ବଡ ଭୂମିକା

ଜଣେ ଇସ୍ରାଏଲି ସୈନିକ ଏକ ଟନେଲ ଉପରେ ଦୃଷ୍ଟି ରଖିଛନ୍ତି
ଜଣେ ଇସ୍ରାଏଲି ସୈନିକ ଏକ ଟନେଲ ଉପରେ ଦୃଷ୍ଟି ରଖିଛନ୍ତି

ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୭  ଆକ୍ରମଣ ପ୍ରକୃତରେ ଇରାନ ପାଇଁ ଏକ ସଫଳତା । ତଥାପି ଆମେରିକାର ଗୁପ୍ତଚର ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ଏହି ଆକ୍ରମଣରେ ଇରାନର କୌଣସି ପ୍ରତ୍ୟକ୍ଷ ଯୋଗଦାନ ନାହିଁ । ଇସ୍ରାଏଲ ଆମେରିକାର ଏ ତଥ୍ୟରେ ସହମତ ନୁହେଁ ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ହମାସର ଟନେଲ୍ ନେଟୱାର୍କକୁ ‘ଗାଜା ମେଟ୍ରୋ’ ବୋଲି କୁହନ୍ତି ।  କୁହାଯାଏ ଯେ ଏହି ଭୂତଳ ନେଟୱାର୍କ ପ୍ରାୟ ୩୭୨  କିଲୋମିଟରରୁ ବେଶି ପରିବ୍ୟାପ୍ତ ।  ସେଗୁଡିକର ସଠିକ ଉପଯୋଗ କେବଳ ହମାସ୍ ହିଁ ଜାଣିଛି ।

ଏହା ବ୍ୟତୀତ ହମାସ ଆତଙ୍କବାଦୀମାନଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦିଆଯାଇଥିଲା । ଏହି ମେଟ୍ରୋ ନେଟୱାର୍କର କୌଣସି ସ୍ଥାନରେ  ବନ୍ଧକ ମାନଙ୍କୁ  ରଖାଯାଇଛି ବୋଲି ବିଶ୍ୱାସ କରାଯାଏ ।  କେତେକ ଟନେଲର ପ୍ରବେଶ ଦ୍ୱାର ସବୁ ସର୍ବସାଧାରଣ ବ୍ୟବହାର ହେଉଥିବା ବିଲ୍ଡିଂ ମଧ୍ୟରେ ରହିଛି । ମୋସାଦ ଏହା ଜାଣିଛି ତେଣୁ ଅକ୍ଟୋବର ୭ ପରେ ଇସ୍ରାଏଲ୍ ବାୟୁସେନା ଦ୍ଵାରା ଗାଜାରେ ହୋଇଥିବା ଅଧିକାଂଶ ଆକ୍ରମଣ ସେହିସବୁ ବିଲ୍ଡିଂକୁ ଟାର୍ଗେଟ କରିଥିଲା ​​ଯେଉଁଠାରୁ ଟନେଲ୍ ନେଟୱାର୍କ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଥିଲା ।