ମୋସାଦ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମଧ୍ୟରେ ବହୁତ ଯୋଗାଯୋଗ ଅଛି ଏବଂ ତଥ୍ୟ ଆଦାନପ୍ରଦାନ ହୁଏ କିନ୍ତୁ  ଏଥର ଉଭୟ ଏଜେନ୍ସି ହମାସର ଯୋଜନା ଆଗରେ ଫେଲ ହୋଇଗଲେ ।

Advertisment

୭ ଅକ୍ଟୋବରରେ ଗାଜା ଷ୍ଟ୍ରିପରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ ହୋଇଥିଲା । ଏହା ପରେ, ଶହ ଶହ ସଂଖ୍ୟାରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କଲେ ଏବଂ ତାଙ୍କ ଆକ୍ରମଣରେ ପ୍ରାୟ ୧୫୦୦  ଇସ୍ରାଏଲୀୟ ନିହତ ହୋଇଥିଲେ । ୨୨୪ ଜଣଙ୍କୁ ବନ୍ଧକ ରଖାଯାଇଥିଲା । ଯେଉଁମାନେ ଏବେ ବି ହମାସ କବଳରେ ଅଛନ୍ତି ।

ଏହି ଆକ୍ରମଣ ପରେ ବିଶ୍ଵର ଅତ୍ୟନ୍ତ ଶକ୍ତିଶାଳୀ ଗୁପ୍ତଚର ସଂସ୍ଥା ମୋସାଦ ସମାଲୋଚନାର ଶିକାର ହେବାକୁ ଲାଗିଛି ।  ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟ ଅକ୍ଟୋବର ୭ ର ବିଫଳତାକୁ ସ୍ୱୀକାର କରିଛନ୍ତି । ପ୍ରଶ୍ନ ହେଉଛି ହମାସ୍ ଏତେ ବଡ ଆକ୍ରମଣକୁ କେମିତି ରୂପ ଦେଇପାରିଲା ?  ଏବଂ ମୋସାଦ ଏହା ବିଷୟରେ କେମିତି କିଛି ସୂଚନା ପାଇବାରେ ବିଫଳ ହେଲା ? ଏବେ କିଛି ଗଣମାଧ୍ୟମ ରିପୋର୍ଟ କହୁଛି ଯେ ହମାସ୍ ଦୀର୍ଘ ସମୟ ଧରି ଏହି ଆକ୍ରମଣର ଯୋଜନା କରିଥିଲା ​​।  ସେମାନେ  ମୋବାଇଲ୍ ଫୋନ୍ ବଦଳରେ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରିଥିଲେ ଯାହାଦ୍ଵାରା ମୋସାଦ ସେମାନଙ୍କ କଥାବାର୍ତ୍ତାକୁ ଧରିପାରିଲାନାହିଁ ।

୨ ବର୍ଷର ଯୋଜନା ଏବଂ ଷଡଯନ୍ତ୍ର

publive-image କେତେକ ଟନେଲର ପ୍ରବେଶ ଦ୍ବାର ସର୍ବସାଧାରଣ ବିଲ୍ଡିଂ ମଧ୍ୟରେ ରହିଛି

‘ନ୍ୟୁୟର୍କ ପୋଷ୍ଟ’ ଏବଂ ଅନ୍ୟ କେତେକ ମିଡିଆ ହାଉସ୍ ହମାସର ଯୋଜନା ଏବଂ ପରବର୍ତ୍ତୀ ଆକ୍ରମଣ ବିଷୟରେ ସୂଚନା ସଂଗ୍ରହ କରିଛନ୍ତି । ସେମାନଙ୍କ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୭ ଆକ୍ରମଣ ପାଇଁ  ହମାସ ଦୁଇ ବର୍ଷ ତଳୁ  ଯୋଜନା ତିଆରି କରିଥିଲା ।  ଯଦିଓ ଗାଜାରୁ ଛୋଟ ରକେଟ୍ କିମ୍ବା ପଥର ଫିଙ୍ଗିବା ଘଟଣା ବାରମ୍ବାର ହୁଏ କିନ୍ତୁ ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣ ଇସ୍ରାଏଲ୍ ଏବଂ ବିଶ୍ୱକୁ ଚକିତ କରିଦେଇଛି ।

ଆକ୍ରମଣ ଯୋଜନା କରିବା ପାଇଁ ହମାସ୍ ଏହାର ଭୂମିତଳ ସୁଡ଼ଙ୍ଗରେ ଥିବା ଲ୍ୟାଣ୍ଡଲାଇନ୍ ଫୋନ୍ ବ୍ୟବହାର କରିଥିଲା । ଏହାର ଦୁଇଟି କାରଣ ଥିଲା | ପ୍ରଥମେ ଲ୍ୟାଣ୍ଡଲାଇନ ଫୋନକୁ ଇଣ୍ଟରସେପ୍ଟ କରିବା କିମ୍ବା କଥାବାର୍ତ୍ତାକୁ ଅଟକାଇବା କଷ୍ଟସାଧ୍ୟ ହୋଇ ନ ପାରେ, କିନ୍ତୁ ଆଜିକାଲି ସେଗୁଡିକ କମ୍ ବ୍ୟବହୃତ ହେଉଥିବାରୁ ମୋସାଦ ଷଡଯନ୍ତ୍ରର ଏହି ଦିଗ  ପ୍ରତି ଧ୍ୟାନ ଦେଇନଥିଲେ ।

ଦ୍ୱିତୀୟ କାରଣ- ଗାଜାରେ ହମାସ ଦ୍ୱାରା ବ୍ୟବହାର କରାଯାଉଥିବା ଟନେଲ ଯୋଗୁଁ ସେଠାରେ ନେଟୱର୍କ ସମସ୍ୟା ରହିଥାଏ | ତା’ପରେ ଇସ୍ରାଏଲର ଉଚ୍ଚ-ବୈଷୟିକ  ଜାମର ମଧ୍ୟ ଅଛି, ଯାହା ଏହି ସେଲୁଲାର୍ ନେଟୱାର୍କକୁ ଆହୁରି କମଜୋର କରିଦେଇଥାଏ ।

୨୦୨୧ ମସିହାରେ ଯେତେବେଳେ ହମାସ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଥିଲା ସେହି ସମୟରେ ସେଠାରୁ ହମାସ ଦ୍ଵାରା ବ୍ୟବହାର କରାଯାଉଥିବା କିଛି ରେଡିଓ ଇସ୍ରାଏଲ ଜବତ କରିଥିଲା । CNN ଦାବି କରିଛି ଯେ ଇରାନରୁ ହାମାସ ରେଡିଓ ଫ୍ରିକ୍ୱେନ୍ସି ସେଟ୍ ପାଇଛି। ଏହିଗୁଡିକ ମୁଖ୍ୟତ ଇରାନ ସେନା ଦ୍ଵାରା ବ୍ୟବହାର କରାଯାଏ ।

କେବଳ ଇସ୍ରାଏଲ ନୁହେଁ, ଆମେରିକା ମଧ୍ୟ ଫେଲ ହେଲା

ମୋସାଦ ଏବଂ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମଧ୍ୟରେ ବହୁତ ଯୋଗାଯୋଗ ଏବଂ ଗୁପ୍ତଚର ତଥ୍ୟ ଆଦାନପ୍ରଦାନ ହୋଇଥାଏ ।  ଏଥର ଉଭୟ ଏଜେନ୍ସି ହମାସର ଯୋଜନା ଆଗରେ ବିଫଳ ହୋଇଥିଲେ। ହମାସ୍ ଦୁଇଟି କାମ କରିଥିଲା ।  ପ୍ରଥମ- ଯେତେବେଳେ ବି ସେମାନେ ସୁଯୋଗ ପାଇଲେ, ଏହାର ନେତାମାନେ ମୁହାଁମୁହିଁ ଆଲୋଚନା କରୁଥିଲେ । ଦ୍ୱିତୀୟ- ଯଦି ମୁହାଁମୁହିଁ କଥା ହେବାର ସୁଯୋଗ ମିଳିଲା ନାହିଁ ତେବେ କେବଳ ଲ୍ୟାଣ୍ଡଲାଇନ ଫୋନ୍ ବ୍ୟବହାର କରୁଥିଲେ । ଯାହାକୁ ମୋସାଦ ଧରି ପାରିନଥିଲା ।

ହାମାସର ଏହି ଷଡଯନ୍ତ୍ର କେତେ ସଫଳ ହୋଇଛି ତାହା କହିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏହା ଅକ୍ଟୋବର ୭ ର  ଆକ୍ରମଣ ଏହା  ପ୍ରମାଣିତ କରିଛି ।  ଏଥର ସେ ସମ୍ପୂର୍ଣ୍ଣ ଗୋପନୀୟତା  ବଜାୟ ରଖିବାରେ ସଫଳ ହୋଇଥିଲେ । କୌଣସି ବି ସୂଚନା ଲିକ୍ ହୋଇନଥିଲା ।  କେତେକ ରିପୋର୍ଟ ଏପରିକି ଦାବି କରିଛି ଯେ ଗ୍ରାଉଣ୍ଡ ସ୍ତରରେ ଉପସ୍ଥିତ ହମାସ ସଦସ୍ୟମାନେ ମଧ୍ୟ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟ ବିଷୟରେ କିଛି ବି ଅବଗତ ନଥିଲେ ।

CNN ସହିତ କଥାବାର୍ତ୍ତା କରି ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଏଥର ସେମାନେ କୌଣସି ବି ଭୁଲ୍ ନକରି ଯୋଜନାକୁ ସଫଳ ରୂପାୟନ କରିପାରିଲେ ।  ଇଣ୍ଟେଲିଜେନ୍ସ ଏଜେନ୍ସିମାନେ ହମାସର  ପ୍ରଶିକ୍ଷଣକୁ ହାଲୁକା ଭାବେ ଗ୍ରହଣ କରି ଭାବିଥିଲେ ଯେ ଏହା ସର୍ବଦା ଘଟୁଛି । ଏଥର ମଧ୍ୟ କିଛି ଅଲଗା ନୁହେଁ ।

ଇରାନର ସବୁଠାରୁ ବଡ ଭୂମିକା

ଜଣେ ଇସ୍ରାଏଲି ସୈନିକ ଏକ ଟନେଲ ଉପରେ ଦୃଷ୍ଟି ରଖିଛନ୍ତି ଜଣେ ଇସ୍ରାଏଲି ସୈନିକ ଏକ ଟନେଲ ଉପରେ ଦୃଷ୍ଟି ରଖିଛନ୍ତି

ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୭  ଆକ୍ରମଣ ପ୍ରକୃତରେ ଇରାନ ପାଇଁ ଏକ ସଫଳତା । ତଥାପି ଆମେରିକାର ଗୁପ୍ତଚର ଏଜେନ୍ସିମାନେ ବିଶ୍ୱାସ କରନ୍ତି ଯେ ଏହି ଆକ୍ରମଣରେ ଇରାନର କୌଣସି ପ୍ରତ୍ୟକ୍ଷ ଯୋଗଦାନ ନାହିଁ । ଇସ୍ରାଏଲ ଆମେରିକାର ଏ ତଥ୍ୟରେ ସହମତ ନୁହେଁ ।

ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ହମାସର ଟନେଲ୍ ନେଟୱାର୍କକୁ 'ଗାଜା ମେଟ୍ରୋ' ବୋଲି କୁହନ୍ତି ।  କୁହାଯାଏ ଯେ ଏହି ଭୂତଳ ନେଟୱାର୍କ ପ୍ରାୟ ୩୭୨  କିଲୋମିଟରରୁ ବେଶି ପରିବ୍ୟାପ୍ତ ।  ସେଗୁଡିକର ସଠିକ ଉପଯୋଗ କେବଳ ହମାସ୍ ହିଁ ଜାଣିଛି ।

ଏହା ବ୍ୟତୀତ ହମାସ ଆତଙ୍କବାଦୀମାନଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦିଆଯାଇଥିଲା । ଏହି ମେଟ୍ରୋ ନେଟୱାର୍କର କୌଣସି ସ୍ଥାନରେ  ବନ୍ଧକ ମାନଙ୍କୁ  ରଖାଯାଇଛି ବୋଲି ବିଶ୍ୱାସ କରାଯାଏ ।  କେତେକ ଟନେଲର ପ୍ରବେଶ ଦ୍ୱାର ସବୁ ସର୍ବସାଧାରଣ ବ୍ୟବହାର ହେଉଥିବା ବିଲ୍ଡିଂ ମଧ୍ୟରେ ରହିଛି । ମୋସାଦ ଏହା ଜାଣିଛି ତେଣୁ ଅକ୍ଟୋବର ୭ ପରେ ଇସ୍ରାଏଲ୍ ବାୟୁସେନା ଦ୍ଵାରା ଗାଜାରେ ହୋଇଥିବା ଅଧିକାଂଶ ଆକ୍ରମଣ ସେହିସବୁ ବିଲ୍ଡିଂକୁ ଟାର୍ଗେଟ କରିଥିଲା ​​ଯେଉଁଠାରୁ ଟନେଲ୍ ନେଟୱାର୍କ କାର୍ଯ୍ୟ କରୁଥିବା ସନ୍ଦେହ କରାଯାଉଥିଲା ।