କନକ ବ୍ୟୁରୋ : ସପ୍ତମ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ପ୍ରଥମ ଥର ପାଇଁ ସୁରକ୍ଷା ତ୍ରୁଟି ମାନିଲା ଇସ୍ରାଏଲ । ସୁରକ୍ଷାରେ ତ୍ରୁଟି ଥିବା ସ୍ୱୀକାର କଲେ ଇସ୍ରାଏଲ ସେନା ମୁଖ୍ୟ । କହିଲେ ସୁରକ୍ଷା ତ୍ରୁଟି ପାଇଁ ଆଇଡିଏଫ୍ ଦାୟୀ । ଆଗକୁ ଏହି ତ୍ରୁଟି ଆମ ପାଇଁ ଶିକ୍ଷା । ଲୋକଙ୍କ ଆଶା ପୂରଣ କରିପାରିନୁ । ହମାସକୁ ମାଟିରେ ମିଶାଇବା ଆମର ଲକ୍ଷ୍ୟ ।

Advertisment

ସେପଟେ ଇସ୍ରାଏଲକୁ ଚେତାବନୀ ଦେଇଛି ହମାସ । ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ କିଛି ବଡ଼ ଯୋଜନା କରିଛି ହମାସ । ଅପରେସନ୍ ଅଲ୍-ଅକ୍ସା ପରେ ହମାସ ପକ୍ଷରୁ ଏବେ ଫ୍ରାଇଡେ ଅଲ୍-ଅକ୍ସା ଅପରେସନ୍ ଘୋଷଣା କରାଯାଇଛି । ହମାସର ଆକ୍ରମଣକାରୀମାନେ ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଭିଡିଓରେ କୁହାଯାଇଛି, ଗାଜାରେ ଶିଶୁ ଓ ମହିଳାଙ୍କ ହତ୍ୟାର ପ୍ରତିଶୋଧ ଇସ୍ରାଏଲ ନେବା ପରେ ହମାସ ଶୁକ୍ରବାର ଏକ ବଡ଼ ଧରଣର ଆକ୍ରମଣ କରିବାକୁ ଯାଉଛି ।

ଆମେ ଶୁକ୍ରବାର ଏଭଳି ପ୍ରତିଶୋଧ ନେବୁ, ଯାହା ଇସ୍ରାଏଲ ସ୍ୱପ୍ନରେ ଭାବିନଥିବ । ଇସ୍ରାଏଲକୁ ଧ୍ୱଂସ କରିବା ଏବଂ ଅଲ୍-ଅକସା ମସଜିଦ ଉପରେ ଏହାର ବେଆଇନ ଦଖଲକୁ ଶେଷ କରିବା ପାଇଁ ୧୫ ସୂତ୍ରୀ ଯୋଜନା କରିଛୁ ବୋଲି ହମାସ କହିଛି । ହମାସର ଏହି ଧମକ ପରେ ଆଲର୍ଟ ମୋଡରେ ରହିଛି ଇସ୍ରାଏଲ ।