କନକ ବ୍ୟୁରୋ: ପୂର୍ବ ବର୍ଷଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ଜିଲ୍ଲାରେ ଶତ ପ୍ରତିଶତ ଫଳାଫଳ ସହ ସର୍ବାଧିକ ପ୍ରଥମ ଶ୍ରେଣୀରେ ବିଦ୍ୟାର୍ଥୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପାସ କରିଛନ୍ତି । ୫୦୫ ମାର୍କ ରଖି ଗାୟତ୍ରୀ ପଣ୍ଡା ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯଥାକ୍ରମେ ୫୦୨ ଏବଂ ୫୦୦ ମାର୍କ ରଖି ଶ୍ରୀଓଁ ବିଷୋୟୀ ଦ୍ଵିତୀୟ ଏବଂ ମାନସୀ ବିଶ୍ଵାଳ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଳୟର ୭୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଦ୍ବିତୀୟରେ ୩୨ ଏବଂ ତୃତୀୟରେ ୧୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୨ ଜଣ ଛାତ୍ରଛାତ୍ରୀ ୭୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଏହି ସଫଳତାର ଶ୍ରେୟ ନିଶ୍ଚିତ ରୂପେ ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଏବଂ ବିଦ୍ୟାଳୟରେ ଥିବା କର୍ତ୍ତବ୍ୟ ସମ୍ପନ୍ନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉଦ୍ୟମ ହିଁ କାରଣ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ନାୟକ ପ୍ରକାଶ କରିଛନ୍ତି।publive-image

Advertisment