କନକ ବ୍ୟୁରୋ : ଜମି ଦେବାକୁ କହି ଟଙ୍କା ନେଲେ । ଆଉ ଜମି ନ ଦେଇ ଠକିଦେଲେ । କିଛି ଏଭଳି ଅଭିଯୋଗ ଆସିବା ପରେ ଶାରଳା ରିଅଲକନ୍ ମୁଖ୍ୟ ତଥା ପରିଚାଳନା ନିର୍ଦେଶକ ଗୟାଧର ଜେନାଙ୍କୁ ସହୀଦ ନଗର ଥାନା ପୁଲିସ ଗିରଫ କରିଛି । ଜମି ଦେବା ନାମରେ ୪ ଲକ୍ଷ ଟଙ୍କା ଠକେଇ କରିଥିବାର ଗୟାଧରଙ୍କ ନାମରେ ଅଭିଯୋଗ ହୋଇଥିଲା । ଆଉ ପୁଲିସ ଏବେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି । ସୂଚନା ଥାଉ କି ଏହା ପ୍ରଥମ ମାମଲା ନୁହେଁ ପୂର୍ବରୁ ଜମି ଫ୍ଲାଟ ଆଦି ଦେବାକୁ କହି ଅନେକ ଲୋକଙ୍କୁ ଠକି ଥିଲେ ଗୟାଧର ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଲକ୍ଷ୍ମୀସାଗରରେ ଥିବା ଶାରଳା ରିଅଲ୍କନର ମ୍ୟାନେଜି˚ ଡାଇରେକ୍ଟର ଗୟାଧର ଜେନା ୨୦୧୦ ମସିହା ପରଠାରୁ ଜମି ଯୋଗାଇବା ଆଳରେ ଗ୍ରାହକଙ୍କ ନିକଟରୁ ଟଙ୍କା ନେବା ଆରମ୍ଭ କରିଥିଲେ । ପ୍ରାୟ ୫୦ କୋଟିରୁ ଅଧିକ ଟଙ୍କା ଜମି ଠକେଇ ଅଭିଯୋଗରେ ଛନ୍ଦି ହୋଇଥିଲେ। ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ଜମାକାରୀଙ୍କୁ ଜମି ଓ ଘର ଯୋଗାଇ ଦେବାକୁ କହି ଶାରଳା ସଂସ୍ଥା ସାଧାରଣ ଜମାକାରୀଙ୍କ କୋଟି କୋଟି ଟଙ୍କା ହଡପ କରିଥିବା ନେଇ କ୍ରାଇମବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଥିଲା । ଆଉ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପୂର୍ବରୁ ଗୟାଧର ଜେନା, ତାଙ୍କ ପତ୍ନୀ ପଙ୍କଜିନୀ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।