କନକ ବ୍ୟୁରୋ: ଗୌତମ ଗମ୍ଭୀରଙ୍କ ନାଁରେ ଟିମ୍ ଇଣ୍ଡିଆ ପାଇଁ ଏକ ଜବରଦସ୍ତ ରେକର୍ଡ ରହିଛି । ସେ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ । ଗମ୍ଭୀର ଜଣେ ମେଣ୍ଟର ଭାବେ ମଧ୍ୟ ସଫଳ ହୋଇଛନ୍ତି । ସେ ଚଳିତ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସର ମେଂଟର ଥିଲେ ଏବଂ ଦଳ ଟାଇଟଲ୍ ଜିତିଛି । ଟିମ୍ ଇଣ୍ଡିଆ ନୂଆ ମୁଖ୍ୟ କୋଚ୍ ଖୋଜୁଛି । ଏଥିପାଇଁ ବିସିସିଆଇ ଆବେଦନ କରିିଥିଲା । ଏବେ ଏକ ରିପୋର୍ଟ ଅନୁଯାୟୀ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ କରାଯାଇପାରେ । ଏହାକୁ ନେଇ ବିସିସିଆଇରେ ଚର୍ଚ୍ଚା ଜୋର ଧରିଛି । କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ଥିବା କୁହାଯାଉଛି ।

Advertisment

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ଏକ ଆଇପିଏଲ୍ ଫ୍ରାଞ୍ଚାଇଜର ମାଲିକ ଏହି ବିଷୟରେ ସୂଚନା ଦେଇଛନ୍ତି । ଖବର ଅନୁସାରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ କୋଚ୍ ହେବେ ବୋଲି ସେ କହିଛନ୍ତି । ଏନେଇ ସେ ବିସିସିଆଇ ସହ ବୈଠକ କରିଛନ୍ତି । ଖୁବଶୀଘ୍ର ଏହାର ଆନୁଷ୍ଠାନିକ ଘୋଷଣା ହୋଇପାରେ । ତେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ । ଏବେର କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ଟି୨୦ ବିଶ୍ୱକପ୍ ପରେ କୋଚ ପଦ ଛାଡ଼ିବେ ।