ଗୌତମ ଗମ୍ଭୀରଙ୍କ ବଡ ହୃଦୟ । ଦେଇଛନ୍ତି ନିଜ ମଣିଷ ପଣିଆର ଉଦାହରଣ । ସୁକମା ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପିଲାମାନଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ଏକି କ୍ରିକେଟ୍ ଖେଳାଳି । ମୃତ ସିଆରପିଏଫ୍ ଯବାନଙ୍କ ପିଲାମାନଙ୍କର ଶିକ୍ଷା ପାଇଁ ସମସ୍ତ ଖର୍ଚ୍ଚ ନିଜେ ଦେବେ ବୋଲି କହିିଛନ୍ତି ।
ଗମ୍ଭୀର ଘୋଷଣା କରିଛନ୍ତି ଯେ ଏହି ପିଲାମାନଙ୍କ ସମସ୍ତ ଖର୍ଚ୍ଚ ତାଙ୍କର ‘ଗୌତମ ଗମ୍ଭୀର ଫାଉଣ୍ଡେସନ୍’ ବହନ କରିବ । ଏପରିକି ଏଥିପାଇଁ ସେ ପ୍ରଥମ ପଦକ୍ଷେପ ମଧ୍ୟ ନେଇ ସାରିଲେଣି । ଗତ ୨୪ ତାରିଖ ଦିନ ଛତିଶଗଡ ସୁକମାରେ ବଡଧରଣ ମାଓ ହମଲା ହୋଇଥିଲା । ଯେଉଁଥିରେ ୨୫ଜଣ ବୀର ଯବାନ ସହିଦ୍ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Capture-6.jpg)