କନକ ବ୍ୟୁରୋ : ୪୧ ବର୍ଷ ପରେ ଭାରତକୁ ଟୋକିଓ ଅଲିମ୍ପିକ୍ସରେ ପଦକ ମିଳିଛି । ଆଉ ଏହି ଗୌରବ ଆଣିଦେଇଛନ୍ତି ଭାରତୀୟ ପୁରୁଷ ହକି ଦଳ । ଏହି ସମୟରେ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏପରିକି ଏହି ବିଜୟକୁ କ୍ରିକେଟ ଟିମର ୱାର୍ଲ୍ଡ କପ ବିଜୟ ଠାରୁ ମଧ୍ୟ ବଡ ବିଜୟ ବୋଲି କୁହାଯାଉଛି ।

Advertisment

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାରତୀୟ ପୁରୁଷ ହକି ଦଳର ବିଜୟକୁ ୧୯୮୩, ୨୦୦୭ ଓ ୨୦୧୧ରୁ ବଡ ବିଜୟ ବୋଲି କହିଛନ୍ତି । ଗମ୍ଭୀର ଟ୍ୱିଟ କରି ଲେଖିଛନ୍ତି ଯେ, ୧୯୮୩, ୨୦୦୭ ଓ ୨୦୧୧ରୁ ଭୁଲି ଯାଆନ୍ତୁ । ହକିରେ ମିଳିଥିବା ଏହି ମେଡାଲ କୌଣସି ବିଶ୍ୱକପଠାରୁ ବଡ ।