ଆତଙ୍କବାଦୀ ସଂଗଠନ ଜେସ୍ –ଏ-ମହମ୍ମଦ ଦ୍ୱାରା ଜମ୍ମୁ-କାଶ୍ମୀରର ପୁଲୱାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ବଳ (ସିଆରପିଏଫ୍) ର ବସରେ କରାଯାଇଥିବା ଆକ୍ରମଣରେ ୩୭ ଯବାନ ସହିଦ୍ ହୋଇଗଲେ । ଏହି ଆକ୍ରମଣରେ ସମ୍ପୁର୍ଣ୍ଣ ଦେଶ ସ୍ତବ୍ଧ ହେବା ସହ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । କେହି ହାତରେ କ୍ୟାଣ୍ଡେଲ୍ ଧରି ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିବା ବେଳେ ଆଉ କେହି ସୋସିଆଲ୍ ମିଡିଆରେ ସରକାରଙ୍କୁ ଏନେଇ ଉଚିତ୍ ଜବାବ୍ ଦେବାକୁ କହିଛନ୍ତି । ଏହି ଆକ୍ରମଣରେ ବଲିଉଡ୍ ଏବଂ କ୍ରିକେଟ୍ ଖେଳାଳୀ ନିଜ ଦୁଃଖ ଏବଂ କ୍ରୋଧ ଜଣାଇଛନ୍ତି । ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବ ବ୍ୟାଟସମ୍ୟାନ୍ ଗୌତମ ଗମ୍ଭୀର ମଧ୍ୟ ଟ୍ୱିଟ୍ କରି ଏହି ଆତଙ୍କବାଦୀ ଆକ୍ରମଣ ଉପରେ ନିଜର କ୍ରୋଧ ଜାହିର କରିଛନ୍ତି । ଗମ୍ଭୀର ପୁଲୱାମା ଆକ୍ରମଣକୁ ନେଇ କହିଥିଲେ ଯେ ବହୁତ କଥାବାର୍ତ୍ତା ହୋଇଗଲା ଟେବୁଲ୍ ଉପରେ ବସି କଥାବାର୍ତ୍ତା କରିବା ସମୟ ଗଲା ଏବେ କଥାବାର୍ତ୍ତା ଯୁଦ୍ଧର ମଇଦାନରେ ହେବ ।
Yes, let’s talk with the separatists. Yes, let’s talk with Pakistan. But this time conversation can’t be on the table, it has to be in a battle ground. Enough is enough. 18 CRPF personnel killed in IED blast on Srinagar-Jammu highway https://t.co/aa0t0idiHY via @economictimes
— Gautam Gambhir (@GautamGambhir) February 14, 2019
ସେ ନିଜ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ , “ହଁ ପାକିସ୍ତାନ ସହ କଥାବାର୍ତ୍ତା କରନ୍ତୁ କିମ୍ବା ଅଲଗାୱବାଦିଓଁ ସହ କଥାବାର୍ତ୍ତା କରନ୍ତୁ । କିନ୍ତୁ ଏଥର ଟେବୁଲ୍ ଉପରେ ବସି ନୁହଁ ଯୁଦ୍ଧର ମଇଦାନରେ ଠିଆ ହୋଇ କରନ୍ତୁ । ବାସ୍ ଏବେ ବହୁତ ହୋଇଗଲା ।”
ଜମ୍ମୁ-କାଶ୍ମୀରର ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ୩୭ ଜଣ ଯବାନ ପ୍ରାଣ ହରାଇଲେ । ଯେଉଁଥିରେ ଫିଦାୟିନ୍ ତରଫରୁ ୩୫୦ କିଲୋ ବିସ୍ଫୋଟକ ସାମଗ୍ରୀ ଭର୍ତ୍ତି ଥିବା ଗାଡିକୁ ଯବାନଙ୍କ ଗାଡି ସହ ବାଡେଇ ଏହି ଆକ୍ରମଣ ଭିଆଇଥିଲେ । ପ୍ରଥମଥର ପାଇଁ ଏହି ଘାଟିରେ ମାନବ ବୋମାର ବ୍ୟବହାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/GAUTAM.jpg)
/kanak/media/post_attachments/wp-content/uploads/2019/02/FCh7DCyM5p-300x169.jpg)