କ୍ରିକେଟ୍ ମୈଦାନ ପରେ ରାଜନୀତି ମୈଦାନରେ ଦମ୍ ଦେଖାଇଲେ ଗମ୍ଭୀର । ପୂର୍ବ-ଦିଲ୍ଲୀ ଆସନରୁ ୩ ଲକ୍ଷରୁ ଅଧିକ ଭୋଟରେ ଜିତି କ୍ରିକେଟରରୁ ହେଲେ ସାଂସଦ ।
କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ସହ ବିଜେପିକୁ ମିଳିଛି ବଡ ସଫଳତା । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ରାଜନୀତି ମୈଦାନରେ ପାଦ ରଖୁରଖୁ ଧମାଲ କରିଛନ୍ତି । ପୂର୍ବ-ଦିଲ୍ଲୀ ଲୋକସଭା ଆସନରୁ ବିଜେପି ଟିକେଟରେ ଲଢି ଦମଦାର ବିଜୟ ହାସଲ କରିଛନ୍ତି ଗମ୍ଭୀର। କ୍ରିକେଟ୍ ମୈଦାନରେ କ୍ରୀଡାପ୍ରେମୀ ଯେମିତି, ଗମ୍ଭୀରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି, ନିର୍ବାଚନ ମୈଦାନରେ ମଧ୍ୟ ତାଙ୍କୁ ଭରସିଛନ୍ତି ଜନତା । ୨୦୧୯ ନିର୍ବାଚନରେ ୩୯୧୨୨୨ ଭୋଟ୍ ବ୍ୟବଧାନରେ ଜିତି ପ୍ରଥମ ଥର ପାଇଁ ସଂସଦରେ ପାଦ ଥାପିବାକୁ ଯାଉଛନ୍ତି ଗୌତମ ଗମ୍ଭୀର ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୧୧ରେ ଟିମ୍ ଇଣ୍ଡିଆକୁ ବିଶ୍ୱକପ ବିଜୟ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୩୭ ବର୍ଷୀୟ ଗୌତମ ଗମ୍ଭୀର ପ୍ରଥମ ଥର ପାଇଁ ବିଜେପି ଟିକେଟରେ ନିର୍ବାଚନୀ ରଣାଙ୍ଗନରେ ପାଦ ଥାପିଥିଲେ । ଟିକେଟ୍ ମିଳିବା ପରେ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ ଏହି ବିଜେପି ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଯୋଜନା ଓ ଜନହିତକର କାର୍ଯ୍ୟକୁ ନେଇ ଭୋଟରଙ୍କ ନିକଟକୁ ଜନସମର୍ଥନ ପାଇଁ ଯାଇଥିଲେ ଗମ୍ଭୀର । ଆଉ ଜନତା ତାଙ୍କ ଉପରେ ଭରସା ପ୍ରକଟ କରିବା ସହ ବିପୁଳ ଜନସମର୍ଥନ ପାଇ ବିଜୟ ହୋଇଛନ୍ତି ଗୌତମ ଗମ୍ଭୀର ।